ମୁଁ ମରିଯିବ କହି ଟ୍ରକ୍ ଆଗକୁ ମାଡ଼ିଗଲେ ବାଇକ୍ ଚାଳକ, ଜାଣନ୍ତୁ କ’ଣ ହେଲା ତା’ପରେ..

ନୀଳଗିରି: କଦମ୍ୱସାହି ଅଞ୍ଚଳରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଟ୍ରକ ଆଗକୁ ଡେଉଁ ବାଇକ ଚାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ବାଇକ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି । ଯୁବକଙ୍କ ଘର ଖନ୍ତାପଡ଼ା ଥାନା ସିପୁରା  ଗାଁର ସଞ୍ଜୀବ ମହାଳିକ ବୋଲି ସୂଚନା ଅଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି । ଘଟଣାନୁଯାୟୀ, ଯୁବକ ଜଣଙ୍କ ବାଇକ୍ ସହ ଚଳନ୍ତା ଟ୍ରକ୍ ସାମ୍ନାକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ସେ ବାରମ୍ୱାର ଚଳନ୍ତା ଟ୍ରକ୍‌କୁ ଓଭର ଟେକ୍ କରି ଟ୍ରକ୍  ସାମ୍ନାରେ ଚାପି ହେବାକୁ ଚେଷ୍ଟା କରୁଥିଲେ । ଯୁବକଙ୍କ ଏଭଳି ଆଭିମୁଖ୍ୟ ଦେଖି ଟ୍ରକ ଡ୍ରାଇଭର ଜଣଙ୍କ କିଛି ସମୟ ପାଇଁ ଗାଡ଼ିକୁ ଅଟକାଇଥିଲେ । ଏବଂ ତାକୁ ପଚାରିଥିଲେ ଏଭଳି କରୁଛନ୍ତି । ଉତ୍ତରରେ ଯୁବକ ଜଣଙ୍କୁ ମରିଯିବାକୁ ଚାହୁଁଥିବା କହିଥିଲେ । କିଛି ସମୟର ବୁଝାସୁଝା ପରେ ଟ୍ରକ୍ ଚାଳକ ଜଣଙ୍କ ଟ୍ରକ୍ ଷ୍ଟାର୍ଟ କରିଥିଲେ । ଏହା ପରେ ପୁଣି ଯୁବକ ଜଣଙ୍କ ତାଙ୍କୁ ଓଭର ଟେକ୍ କରିବାକୁ ଚେଷ୍ଟା କରିଥିଲେ । ଏହାଦ୍ୱାରା ଟ୍ରକ୍ ଦେହରେ ବାଡ଼େଇ ହୋଇଥିଲେ । ଏହାଦ୍ୱାରା ଯୁବକ ଜଣଙ୍କ ଆହତ ହେବା ସହ ବାଇକଟି ଚୁରମାର ହୋଇଯାଇଛି ।

ଏଥିସହିତ ପଢ଼ନ୍ତୁ: କନ୍ଧମାଳ ଫେରିବ ଜଗା: କଟକ ଏସ୍‌ସିବିରେ ପହଞ୍ଚିଲେ ତିନିଜଣିଆ ଟିମ୍

Leave a Reply