ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍

ବାଲେଶ୍ବର: ରାସ୍ତା ତଳକୁ ଖସିଲା ବସ୍ ବର୍ତ୍ତିଗଲେ ଯାତ୍ରୀ । ବାଲେଶ୍ବର ଜିଲ୍ଲା ନୀଳଗିରି ପାନବରଜ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ କଲଭଟ ଉପରକୁ ଏକ ବସ ମାଡ଼ିଯାଇଛି । ବସଟି ଭୁବନେଶ୍ବରରୁ ଉଦଳା ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ତେବେ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପରେ ରକ୍ଷା ପାଇଛନ୍ତି । ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।