ଗୋପୀନାଥପୁର ଗାଁରେ ବୁଲୁଛି ଭାଲୁ: ୨ଜଣଙ୍କୁ କଲା ଆକ୍ରମଣ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଗୋପୀନାଥପୁର ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଗୋପୀନାଥପୁର ଗାଁର ମୁକୁନ୍ଦ ରାଉତ ଓ ଚଣ୍ଡୀପୁର ଅଞ୍ଚଳର ପ୍ରଭାକର ମହାନ୍ତି। ଗାଁରେ ଭାଲୁ ବୁଲୁଥିବା ବେଳେ ହିଂସ୍ର ହୋଇ  ପାଳଭୂତକୁ ମଧ୍ୟ ଆକ୍ରମଣ କରୁଛି । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପକ୍ଷରୁ ଭାଲୁଟିକୁ ସ୍ଵର୍ଣ୍ଣଚୁଡ଼ ପାହାଡକୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଛି । ପ୍ରତିବର୍ଷ ଜଙ୍ଗଲି ଜନ୍ତୁ ଖାଦ୍ୟ ଅନ୍ୱେଷଣଣେ ଆସି କ୍ଷତି ପହଞ୍ଚାଉଥିବା ବେଳେ ବନ ବିଭାଗ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି।

ଏଥିସହିତ ପଢ଼ନ୍ତୁ: ଆଇପିଏଲ୍‌ ବେଟିଂ ଅଭିଯୋଗରେ ୬ ଗିରଫ: ୧ଲକ୍ଷ ୬୦ ହଜାର ଟଙ୍କା ଜବତ

Leave a Reply