ଅତୁଲ ସୁଭାଷ ଆତ୍ମହତ୍ୟା ମମଲାରେ ଡାର୍କ ସିକ୍ରେଟ ଖୋଲିଲେ ସ୍ତ୍ରୀ ନିକିତା ସିଙ୍ଘାନିଆ

1 min read

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଲୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ ନିକିତା ସିଙ୍ଘାନିଆ । ଅତୁଲଙ୍କ ପତ୍ନୀଙ୍କ କହିବାନୁଯାୟୀ ଅତୁଲ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଆଜି ବେଙ୍ଗାଲୁରୁ କୋର୍ଟରେ ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାର ଶୁଣାଣି ହେବ। ଅଭିଯୁକ୍ତ ନିକିତା ସିଙ୍ଘାନିଆ, ନିଶା ଏବଂ ଅନୁରାଗଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହେଉଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।  ନିକିତା ସିଙ୍ଘାନିଆ, ନିଶା ଏବଂ ଅନୁରାଗ ଜାମିନ ଆବେଦନ କରିଛନ୍ତି। ଆଜି ଏହାର ମଧ୍ୟ ଶୁଣାଣି ହେବ।  ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଜୌନପୁର କୋର୍ଟର ଏକ ପୁରୁଣା ଦଲିଲ ସାମ୍ନାକୁ ଆସିଛି ଯାହା ନିକିତା ଏବଂ ଅତୁଲ ମାମଲାରେ ନୂଆ ମୋଡ ସୃଷ୍ଟି ହୋଇଛି ।

ଏହି ଦଲିଲ ନିକିତା ବନାମ ଅତୁଲ ମାମଲାର ଅଟେ । ଏଥିରେ ନିକିତା ଅତୁଲଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ଅତୁଲ ଅଭିଯୋଗ କରିଥିଲେ ଯେ, ଯେ ନିକିତା ଶୀଘ୍ର ଫେରିବେ କହି ନିଜେ ଘର ଛାଡି ଚାଲିଯାଇଥିଲେ । । କିନ୍ତୁ ସେ ଘର ଛାଡି ଯିବା ପରେ ଅସଲ ରୂପ ଦେଖାଇଥିଲେ । ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କରି ୯ଟି ମାମଲା ଦାୟର କରିଥିଲେ । ଏହା ଉପରେ ନିକିତା ସ୍ପଷ୍ଟିକରଣ ଦେଇଛନ୍ତି ଯେ,  “ମୁଁ ଘରୁ ବାହାରି ନଥିଲି। ଅତୁଲ ମୋତେ ଘରୁ ବାହାର କରିଦେଇଥିଲେ। ସେ ମୋତେ ଦୁଇଥର ଘରୁ ବାହାର କରିଦେଇଥିଲେ। ଅତୁଲ ମୋତେ ୨୦୨୧ ମେ ମାସରେ ଘରୁ ବାହାର କରିଦେଇଥିଲେ। ଏହା ପରେ ମୁଁ  ସେପ୍ଟେମ୍ବର ୨୦୨୧ରେ ବେଙ୍ଗାଲୁରୁକୁ ଫେରିଥିଲି। ମୁଁ ଭାବିଲି ବୋଧହୁଏ ଅତୁଲ ତାଙ୍କ ଭୁଲ ବୁଝି ମୋତେ ଗ୍ରହଣ କରିବେ କିନ୍ତୁ ସେ ମୋତେ ଘରକୁ ଆସିବାକୁ ମଧ୍ୟ ଦେଇ ନଥିଲେ, ଯେଉଁଥିପାଇଁ ଆମକୁ ପୋଲିସ ନିକଟରେ ଅଭିଯୋଗ କରିବାକୁ ପଡିଲା ’’

ଏହି ସମୟରେ ନିକିତା କହିଥିଲେ, “ମେ ୧୭ରେ ଅତୁଲ ମୋତେ ମାଆଙ୍କ ସାମ୍ନାରେ ମାଡ଼ ମାରିଥିଲେ। ଏହା ପରେ ସେ ଆମ ଦୁହିଁଙ୍କୁ ବାହାରକୁ ବାହାର ଦେଇଥିଲେ। ସେ ମୋର ସବୁ ଗହଣା, ସମ୍ପତ୍ତ ଏବଂ ବଣ୍ଡ ପେପର ରଖି ୧୦ଲକ୍ଷ ଆଣିଲେ ଘରେ ରଖିବେ ନଚେତ ମାରିଦେବେ ବୋଲି ଧମକ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଡିସେମ୍ବର ୯ରେ ଅତୁଲ ସୁଭାଷ ବେଙ୍ଗାଲୁରୁରେ ଥିବା ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ୨୪ପୃଷ୍ଠାର ଆତ୍ମହତ୍ୟା ନୋଟ ଏବଂ ଦେଢଘଣ୍ଟା ଲମ୍ବା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିରେ ତାଙ୍କ ମୃତ୍ୟୁ ପାଇଁ ସ୍ତ୍ରୀ ନିକିତା ଏବଂ ଶାଶୂ ଦାୟୀ ବୋଲି ଉଲ୍ଲେଖ କରିଥିଲେ । ଏହି ମାମଲାରେ ଅତୁଲଙ୍କ ଭାଇ ଅତୁଲଙ୍କ ମୃତ୍ୟୁ ପାଇଁ  ନିକିତାଙ୍କ ସମେତ ୪ ଜଣଙ୍କ ବିରୋଧରେ ୧୦ଡିସେମ୍ବରରେ ଏଫଆଇଆର ଦାଖଲ କରିଥିଲେ। ସେବେଠାରୁ ନିକିତା, ନିଶା ଏବଂ ଅନୁରାଗ ବେଙ୍ଗାଲୁରୁ ଜେଲରେ ରହିଛନ୍ତି।