ସୁଶାନ୍ତ ସିଂଙ୍କ ବାୟୋପିକ୍ ନିର୍ମାଣ ପାଇଁ ପ୍ରସ୍ତୁତି… ୨୦୨୨ରେ ରିଲିଜ ହେବ ଫିଲ୍ମ

nikhil anand to direct biopic on sushant singh rajput

ମୁମ୍ବାଇ: ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ନିର୍ମାଣ ହେବ ଫିଲ୍ମ । ହିନ୍ଦି, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମଟି ତିଆରି ହେବ । ୨୦୨୨ ସୁଦ୍ଧା ଫିଲ୍ମ  ରିଲିଜ ହେବ ବୋଲି ଜଣାପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ନିଖିଲ ଆନନ୍ଦ । ଯେଉଁ ଭଳି ଭାବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେଲା ତାକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି । ବଲିଉଡରେ ତାଙ୍କର କେହି ଗଡଫାଦର ନଥିବା ବେଳେ ବିହାରରୁ ଆସି କିପରି ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ।

ଟିଭିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ । ତାଙ୍କ ଜୀବନ ଉପରେ ଚଳଚିତ୍ର ଲୋକଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ନିଖିଲ ଆନନ୍ଦ । ବିଭିନ୍ନ କାରଣ ବଶଃତ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ ସୁଶାନ୍ତ । କେବଳ ସେତିକି ନୁହେଁ ସୁଶାନ୍ତଙ୍କ ଡାକ୍ତର କହିଛନ୍ତି ଯେ, ସେ ବାଇପୋଲାର ଡିସଅର୍ଡରରୁ ମଧ୍ୟ ପୀଡିତ ଥିଲେ । ସେଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ । ଗତ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟରୁ ଅଭିନେତାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ।

ଏହାପରେ ବଲିଉଡରେ ଶୋକାଳୂଳ ପରିବେଶ ସୃଷ୍ଟି ହୋଇଛି । କୁହାଯାଉଛି ବଲିଉଡର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ସେମାନଙ୍କ ମଧ୍ୟରେ କରନ ଯୋହର ଓ ସଲମାନ ଖାନ୍‌ଙ୍କ ନାଁ ମଧ୍ୟ ଆସୁଛି । ସୁଶାନ୍ତଙ୍କ ଫ୍ଲାଟ୍‌ରୁ ୟଶରାଜ ଫିଲ୍ମ ସହ କରାଯାଇଥିବା ଚୁକ୍ତିପତ୍ର ମିଳିଛି । ଏହାକୁ ନେଇ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି । ବିଭିନ୍ନ ସମୟରେ ସୁଶାନ୍ତଙ୍କୁ ଜାଣିଥିବା ବ୍ୟକ୍ତିଙ୍କୁ ନେଇ ପଚରାଉଚରା ମଧ୍ୟ କରାଯାଉଛି ।

Leave a Reply