spot_img

Latest Posts

ଶିବ ମନ୍ଦିରରେ ଚାଲିଥିଲା ନିକ୍‌ହା, ହିନ୍ଦୁ ସଙ୍ଗଠନ ପହଞ୍ଚିବା ପରେ ବରକନ୍ୟା ଗାଏବ

ଗାଜିଆବାଦ:  ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଶିବ ମନ୍ଦିରରେ ଉତ୍ତେଜନା  ।  ଏଠାରେ ଜଣେ ମୁସଲମାନ ଦମ୍ପତି ବିବାହ କରୁଥିବାବେଳେ ଧରାପଡିଛନ୍ତି। ଏହି ଘଟଣା ଜଣା ପଡିବା ପରେ ହିନ୍ଦୁ ସଂଗଠନ ଗୁଡ଼ିକ ମନ୍ଦିରରେ ବିରୋଧ ପ୍ରଦର୍ଶନ କରିଛନ୍ତି  । ଘଟଣାର ତଦନ୍ତ ଦାବି ହୋଇଛି। ମାମଲା ମୋଦିନାଗରର ଗୋବିନ୍ଦପୁରୀ ଅଞ୍ଚଳରେ ଘଟିଛି। ଏଠାରେ ଶିବ ଶକ୍ତି ଧାମ ମନ୍ଦିର ପରିସରରେ ନିର୍ମିତ ଧର୍ମଶାଲାରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। କେବଳ ଏତିକି ନୁହେଁ, ଶବନମ୍‌ ନାମକ ଜଣେ ମହିଳାଙ୍କ ନାମରେ ଥିବା ଏହି ବିବାହ ପାଇଁ ମନ୍ଦିର କମିଟି ୪୨୦୦ ଟଙ୍କା ରସିଦ କାଟିଛି ।

ମୌଲବୀ ସାହେବ ନିକ୍‌ହା କରୁଥିବାବେଳେ ବର ସମେତ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। ହିନ୍ଦୁ ସଙ୍ଗଠନ ସେଠାରେ ପହଞ୍ଚି ଉତ୍ତେଜନା ପ୍ରକାଶ ପାଇବାରୁ ମନ୍ଦିରରେ ଉପସ୍ଥିତ ଅନ୍ୟ ଭକ୍ତମାନେ ମଧ୍ୟ ସେଠାରୁ ଚାଲିଯାଇଥିଲେ । ସେପଟେ ବିବାହ ପାଇଁ ମନ୍ଦିରରେ ପହଞ୍ଚିଥିବା ଏହି ଦମ୍ପତି ଅଚାନକ ଗାଏବ ହୋଇଯାଇଥିଲେ ।

ଏହି ବିବାହ ସମାରୋହର କିଛି ଫଟୋ ଏବଂ ଭିଡିଓ (ହିନ୍ଦୁ ମନ୍ଦିରରେ ମୁସଲିମ ଦମ୍ପତିଙ୍କ ନିକ୍‌ହା) ମଧ୍ୟ ସାମ୍ନାକୁ ଆସିଛି। ମୁସଲିମ ସମ୍ପ୍ରଦାୟର ଲୋକେ ମନ୍ଦିରର କୋଠରୀ ସମ୍ମୁଖରେ ବସିଛନ୍ତି, ଯେଉଁଠାରେ ବିବାହ ସମାରୋହ ଶେଷ ହେବା ପରେ ବିବାହ ସାମଗ୍ରୀ ଏକ ଗାଡିରେ ଭର୍ତ୍ତି କରାଯାଉଥିବା ଭିଡିୋରେ ଦେଖିବାକୁ ମିଳିଛି  ।

ହିନ୍ଦୁ ଯୁବ ବାହିନୀ ଏନେଇ ଥାନାରେ ମାମଲା ରୁଜୁ କରିଛି  । ମୁସଲମାନ ଦମ୍ପତିଙ୍କ ବିବାହ ହିନ୍ଦୁ ଧର୍ମର ଲୋକଙ୍କ ଭାବନାକୁ ଆଘାତ ଦେଇଛି ବୋଲି ସଙ୍ଗଠନ କହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସପି  ।

 

Latest Posts

Don't Miss