ଲକଡାଉନ: ପଟିଆଲାରେ ପୋଲିସ ଉପରକୁ ଆକ୍ରମଣ କଲେ ନିହଙ୍ଗ ଶିଖ୍, କାଟିଦେଲେ ଏଏସଆଇଙ୍କ ହାତ

1 min read

ପଟିଆଲା: ଗୋଟେପଟେ ଦେଶ କରୋନା ସହ ଲଢ଼େଇ କରୁଥିବାବେଳେ, ଅନ୍ୟପଟେ ପଟିଆଲାର ନିହଙ୍ଗ ଶିଖ୍ ( ପରମ୍ପରାଗତ ଅସ୍ତ୍ର ପାଖରୁ ରଖୁଥିବା ଏବଂ ନୀଳ ରଙ୍ଗର କମଜ ପିନ୍ଧୁଥିବା ଶିଖ୍ ) ମାନେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି, ଏଥିରେ ଜଣେ ପୋଲିସକର୍ମୀଙ୍କ ହାତ ସଂପୂର୍ଣ୍ଣ ଭାବରେ କଟି ଯାଇଛି ।  ରବିବାର ସକାଳେ ପରିବା ହାଟ ମୁଖ୍ୟ ଦ୍ୱାର ପାଖରେ ଶିଖମାନେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅନ୍ୟ ପୋଲିସକର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ପଞ୍ଜାବର ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ଆକ୍ରମଣରେ ଏଏସଆଇ ହରଜୀତ ସିଂହଙ୍କର ହାତ କଟି ଯାଇଛି । ଏହାପରେ ତାଙ୍କୁ ଚଣ୍ଡିଗଡ଼ ପିଜିଆଇରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ।

ବରିଷ୍ଠ ପୋଲିସ ଅଧିକ୍ଷକ ମନଦିପ ସିଂହ ସିଦ୍ଧୁ କହିଛନ୍ତି ଯେ, ସେମାନଙ୍କୁ କର୍ଫ୍ୟୁ ପାସ୍ ଦେଖାଇବାକୁ କୁହାଗଲା କିନ୍ତୁ ସେମାନେ ରାସ୍ତାରେ ଲାଗିଥିବା ଅବରୋଧକୁ ଗାଡି ଦ୍ୱାରା ଧକା ମାରି ସେଠାରୁ ପଳାଇଯିବାକୁ ଉଦ୍ୟମ କରିଥିଲେ । ଏହାପରେ ଡ୍ୟୁଟିରେ ଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଥିଲେ ।

ସିନ୍ଧୁ ସୂଚନା ଦେଇଛନ୍ତି ଯେ, ଖଣ୍ଡା ସାହାଯ୍ୟରେ ଜଣେ ଉପ ନିରୀକ୍ଷକ (ଏଏସଆଇ)ଙ୍କ ହାତ କାଟି ଦିଆଗଲା । ପଟିଆଲା ସଦର ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ କହୁଣୀରେ ଆଘାତ ହେଇଛି । ଅନ୍ୟ ପୋଲିସ କର୍ମଚାରୀଙ୍କର ହାତରେ ଗୁରୁତର ଭାବରେ ଆଘାତ ଲାଗିଥିବା ସୂଚନା ରହିଛି । ଏଏସଆଇଙ୍କୁ ରାଜେନ୍ଦ୍ର ହସ୍ପିଟାଲ ନିଆଯିବା ପରେ ତାଙ୍କୁ PGIMEI କୁ ରେଫର କରାଯାଇଛି ।

Leave a Reply