୫ ରୋଗରୁ ଉପଶମ ଦେବ ଗଙ୍ଗଶିଉଳୀ

1 min read

ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ସବୁବେଳେ ରୋଗରୁ ଦୂରେଇ ରହିବା ପାଇଁ ମଣିଷ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ୱନ କରିଥାଏ । ଶରୀରକୁ ସୁସ୍ଥ ରଖିବାକୁ କିଏ ଯୋଗ ବ୍ୟାୟାମ କରୁଛି ତ କିଏ ଭଳ ଫଳମୂଳ ଖାଉଛି । କିନ୍ତୁ, ମଣିଷ ମାତ୍ରେ ହିଁ ଶରୀରରେ ରୋଗବୈରାଗ ଲାଗି ରହିବା ସାଧାରଣ କଥା । ଭୟାନକ ରୋଗର ପ୍ରାଥମିକ ସ୍ତରରେ ସଠିକ୍ ଚିକିତ୍ସା କରାଗଲେ ଏହା ଅନେକ ମାତ୍ରାରେ ସଫଳ ହୋଇଥାଏ । ଏପରିକି ଅନେକ ରୋଗ ଘରୋଇ ଉପଚାର ମାଧ୍ୟମରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି । ଔଷଧିୟ ବୃକ୍ଷ, ପତ୍ର ଓ ଫୁଲ ସାହାଯ୍ୟରେ ଏହା ସମ୍ଭବ ହୋଇଥାଏ । ଠିକ୍ ସେହିଭଳି ରୋଗରୁ ଉପସମ ଦିଏ ଗଙ୍ଗଶିଉଳୀ । ଯାହା ଇଂରାଜୀରେ ନାଇଟ୍ ଜସମିନ୍ ନାମରେ ପରିଚିତ ।

 

ଗଙ୍ଗଶୀଉଳୀ ଫୁଲ ସୁଗନ୍ଧିତ ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ସୁନ୍ଦର ସୁଗନ୍ଧ ଦେବା ସହ ଅନେକ ରୋଗ ଭଲ କରିବାରେ ସହାୟ ହୁଏ । ଏହି ୫ଟି ରୋଗରୁ ମୁକ୍ତି ଦେବ ଗଙ୍ଗଶିଉଳୀ:-

  • ଏହି ଗଛର ପତ୍ର ଓ ଫୁଲକୁ ଚା’ରେ ଫୁଟାଇ ପିଇଲେ ଅନେକ ଦିନରୁ ଲାଗିରହିଥିବା କାଶ କିମ୍ୱା କଫରୁ ଉପସମ ମିଳିଥାଏ । ଏଥିରେ ଥିବା ଔଷଧିୟ ଗୁଣ କାଶ ଏବଂ ଜ୍ଜ୍ୱର ଭଲ କରିବାରେ ସହାୟ ହୁଏ ।
  • ଏଥିରୁ ତେଲ ମଧ୍ୟ ତିଆରି କରାଯାଏ । ଷ୍ଟ୍ରେସ୍ ଦୂର କରିବାକୁ ଏହି ତେଲର ବ୍ୟବହାର କରାଯାଏ । ଏହାର ମାଲିସ କରିବା ଦ୍ୱାରା ଶରୀରରେ ସେରୋଟୋନିନର ପରିମାଣ ବଢ଼ିଥାଏ । ଯାହା ଶରୀରରୁ କ୍ଳାନ୍ତ ଦୂର କରିବାରେ ସହାୟ ହୁଏ । ଏଥିସହ ମାନସିକ କିମ୍ୱା ଶାରୀରିକ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି କରିଥାଏ ।
  • ଏହା ଆଣ୍ଟିବ୍ୟାକ୍ଟେରିଆଲ ଅର୍ଥାତ୍ ଶରୀରରେ ଆଲର୍ଜି ଦୂର କରିବାର ସହାୟ ହୁଏ । ଏହା ଶରୀରରେ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ । ଏଥିସହ ଫଙ୍ଗାଲ ଇନଫେକ୍ସନ ବ୍ୟାପିବା ରୋକିବାରେ ସହାୟ ହୁଏ ।
  • ମହିଳାଙ୍କ ଋତୁସ୍ରାବ ସମୟରେ ଶରୀରରେ ହେଉଥିବା ପୀଡ଼ାରୁ ଉପଶମ ଦିଏ ଏହି ତେଲ ।
  • ଏହି ଗଛର ପତ୍ର, ଛାଲିର ଚା’ ଜ୍ଜ୍ୱରରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭଲ କରିପାରିବ । ମ୍ୟାଲେରିଆ, ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗ ପାଇଁ ବହୁ ଲାଭଦାୟକ ଏହି ଚା’ ।