ଆଜିଠୁ ଫେରିଲା କଟକଣା, ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର: ଓମିକ୍ରନ୍ ସଂକ୍ରମଣ ବଢ଼ିବା ସହ ଫେରୁଛି କଟକଣା । ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ନୂଆ କଟକଣା । ସକାଳ ୫ଟାରୁ ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଛି ନୂଆ କଟକଣା । ଆଜିଠୁ ରାତି ୯ରୁ ସକାଳ ୫ଟା ଯାଏଁ ଲାଗିବ ନାଇଟ କର୍ଫ୍ୟୁ । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ।

ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଅନୁମତି । ୩୦ ଜଣ ବରଯାତ୍ରୀଙ୍କୁ ମଧ୍ୟ ଅନୁମତି ମିଳିଛି । ଅନ୍ତ୍ୟେଷ୍ଟି କାର୍ଯ୍ୟରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ହୋଟେଲ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ ଗ୍ରାହକରେ ଚାଲିବ । ସିନେମା ହଲ ଓ ଥିଏଟର ୫୦ ପ୍ରତିଶତ କ୍ଷମତାରେ ଚାଲିବ । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ ଆୟୋଜନ କରିପାରିବେ ନାହିଁ । ୫୦ ଜଣ ଲୋକଙ୍କୁ ନେଇ ସୁଟିଂ ହେବ । ନନ୍ଦନକାନନ ଯିବା ପାଇଁ ହେଲେ ଅନ୍‌ଲାଇନ୍‌ ଟିକେଟ କାଟିବେ ପର୍ଯ୍ୟଟକ । କଟକଣାରେ ଇନଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଂ ହୋଇପାରିବ । ମକର ସଂକ୍ରାନ୍ତି ପାଇଁ କେବଳ ନୀତି ହେବ । ଦୋକାନ କିମ୍ବା ମଲରେ ଭିଡ ଜମିଲେ ସଂପୃକ୍ତ ସଂସ୍ଥାର ମାଲିକ ଦାୟୀ ରହିବେ ବୋଲି ଏସଆରସି କହିଛନ୍ତି । ସେପଟେ ଆଜିଠୁ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଆବଶ୍ୟକୀୟ ସେବା ପାଇଁ ଥିବା କାର୍ଯ୍ୟାଳୟ କଟକଣାରୁ ମୁକ୍ତ ରହିବ । ଫାୟାର ଷ୍ଟେସନ, ପୋଲିସ, ନିର୍ବାଚନ କମିଶନଙ୍କ ଅଫିସ୍ କଟକଣାରୁ ମୁକ୍ତ ରହିବ । ଓପିଏସସି, ଓଏସଏସସି କାର୍ଯ୍ୟାଳୟ ୭୫ ପ୍ରତିଶତ କ୍ଷମତାରେ ଚାଲିବ । ଏହି କଟକଣା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ । ସଂକ୍ରମଣ ଉପରମୁହାଁ ଥିବାରୁ କାମ ନଥିଲେ ଅଯଥା ଭିଡ ନକରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply