ଟ୍ୱିନ୍‌ସିଟିରେ ଆଜିଠୁ ଆରମ୍ଭ ହେଲା ନାଇଟକର୍ଫ୍ୟୁ: ଛକ ଛକରେ ପୋଲିସର କଡ଼ା ଚେକଂ

ଭୁବନେଶ୍ୱର/କଟକ: ଦିନକ ପରେ ମଣ୍ଡପରେ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା । ଲୋକଙ୍କ ଭିଡ଼ ଜମିପାରେ । ଭିଡ଼ ଜମିଲେ କରୋନା ସଂକ୍ରମଣ ବଢିବା ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଟୁଇନ୍ ସିଟିରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଡ଼ାକଡ଼ି ହୋଇଛି କଟକଣା । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ପେଟ୍ରୋଲିଂ ଭ୍ୟାନ କଢାଯାଇ ସହର ସାରା ପେଟ୍ରାଲିଙ୍ଗ କରାଯାଉଛି । କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକ ଏବଂ ଗାଡିଗୁଡିକ ଯାତାୟତ କରିବାକୁ ଅନୁମତି ଦିଆଯାଇଛି । ଯେଉଁମାନେ ଅମାନିଆ ହେବେ ସେମାନଙ୍କୁ ପ୍ରଥମେ ସଚେତନ କରାଯିବ । ତାପରେ ବି ଅବୁଝା ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ନାଇଟ କର୍ଫ୍ୟୁ କଟକଣା କଡାକଡି ପାଳନ କରାଯିବ ବୋଲି କୁହାଯାଇଛି ।

Leave a Reply