ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ନାଇଟ୍ କର୍ଫ୍ୟୁ, ଭୋପାଳ-ଇନ୍ଦୋରରେ କାଲି ଲାଗୁ

1 min read

ଭୋପାଳ: କରୋନା କବଳରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ ମାମଲା କମୁଥିବା ବେଳେ ଆଉ କିଛି ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ମଧ୍ୟପ୍ରଦେଶରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି ।

ପ୍ରଶାସନ ପକ୍ଷରୁ ଭୋପାଳ ଓ ଇନ୍ଦୋରରେ ମାର୍ଚ୍ଚ ୧୭ରୁ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଏନେଇ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୗେହାନଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ହାେଇଛି । ଏଥିସହିତ ଜବଲପୁର ଓ ଗୋଆଲିୟର୍ ସମେତ ୮ଟି ସହରରେ ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ରହିବ । ଜବଲପୁର ଓ ଗୋଆଲିୟର୍ ବ୍ୟତୀତ ସେହି ସହର ମଧ୍ୟରେ ରହିଛି- ଉଜୖେନ, ରତଲାମ, ଛିନ୍ଦଓ୍ୱାଡା, ବୁରହାନପୁର, ବୖେତୁଲ ଓ ଖରଗୋନ୍ ।

ସେହିପରି ଗୁଜୁରାଟ ସରକାର ପୂର୍ବରୁ ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଏହି ସହର ମଧ୍ୟରେ ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟ ଆଦି ରହିଛି। ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହି ଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave a Reply