spot_img

Latest Posts

ଜାନୁଆରୀ ୫ ଯାଏଁ ମହାରାଷ୍ଟ୍ରରେ ରାତ୍ରୀକାଳୀନ କର୍ଫ୍ୟୁ

ମୁମ୍ବାଇ: ଡିସେମ୍ବର ୨୨ରୁ ଆସନ୍ତା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ବ୍ରିଟେନରେ କରୋନା ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ସୂଚନା ମୁତାବକ, ମହାରାଷ୍ଟ୍ରର ସମସ୍ତ ସହରାଞ୍ଚଳରେ ରାତ୍ରି ୧୧ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । ବ୍ରିଟେନରେ ନୂଆ ରୂପରେ କରୋନା ସଂକ୍ରମଣର ଭୟାବହତା ଦେଖା ଦେଇଛି । ଏଥିପାଇଁ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ବିମାନ ଉଡାଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଭାରତ ସରକାର। ଏହାସହ ୧୫ରୁ ଅଧିକ ୟୁରୋପୀ ୟ ରାଷ୍ଟ୍ର ମଧ୍ୟ ବ୍ରିଟେନକୁ ବିମାନ ଉଡାଣ ରଦ୍ଦ କରିଛନ୍ତି ।

ବ୍ରିଟେନ୍ ସମେତ ନେଦରଲ୍ୟାଣ୍ଡ, ଡେନମାର୍କ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ କରୋନାର ନୂଆ ଭୂତାଣୁ ସଂକ୍ରମଣ ସନ୍ଧାନ ମିଳିଛି । ସ୍ଥିତି ଅଣାୟାତ୍ତ ହେଉଥିବାରୁ ପଡ଼ୋଶୀ ଦେଶଗୁଡ଼ିକ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ପୂର୍ବରୁ ଖ୍ରୀଷ୍ଟମାସ ପାଳନ ପାଇଁ ବ୍ରିଟେନରେ ସମସ୍ତ କଟକଣା ହଟାଇ ଦିଆଯାଇଥିଲା । ହେଲେ ନୂଆ ଲହର ଯୋଗୁ ହଟସ୍ପଟ୍‌ରେ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ରୋକ ଲଗାଇଛନ୍ତି ବ୍ରିଟେନ୍ ସରକାର ।

Latest Posts

Don't Miss