ତେଲ ରିଫାଇନାରୀରେ ବିସ୍ଫୋରଣ, ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା

ନାଇଜେରିଆ: ନାଇଜେରିଆରେ ଏକ ତେଲ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ଶତାଧିକ ଲେକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ବହୁ ସଂଖ୍ୟାରେ କର୍ମଚାରୀ ଆହତ ହୋଇଥିବା ଅନୁମାନ କରାଯାଉଛି । ଗତ ଶନିବାର ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଶତାଧିକ ଲୋକ ବିସ୍ଫୋରଣର ଶିକାର ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ଶହେରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ନିଆଁ ଦ୍ରୁତ ଗତିରେ ରିଫାଇନାରୀରେ ବ୍ୟାପିଯାଇଥିଲା । ଏଥିରୁ କିପରି ରକ୍ଷା ପାଇ ହେବ ତାହା ହଠାତ୍ କେହି ଜାଣିପାରି ନଥିଲେ । ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନ ହୋଇନଥିବାରୁ ଏତେ ବଡ଼ ଅଘଟଣ ଘଟିଯାଇଥିଲା । ରାଜ୍ୟ ପେଟ୍ରୋଲିୟମ ରିସୋର୍ଟ କମିଶନର ଗୁଡଡଲକ ଓପିୟାଙ୍କ କହିବା ଅନୁସାରେ ଏକ ବେଆଇନ୍ ବଙ୍କରିଙ୍ଗ ନିକଟରେ ନିଆଁ ଲାଗିଛି । ଏଥିରେ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏ ଯାଏ ମିଳିପାରିନି ।

ଖରାପ ପାଇପଲାଇନ୍ ଏବଂ ସଠିକ ଭାବରେ ଏହାର ରକ୍ଷଣାବେକ୍ଷଣା କରାଯାଇ ନଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଠାରୁ ତେଲ କଳାବଜାରୀ ହେଉଥିବା ପୂର୍ବରୁ ସୂଚନା ରହିଛି । ପେଟ୍ରୋଲିୟମ ଦ୍ରବ୍ୟ ଚୋରି ଏବଂ ବେଆଇନ ବିଶୋଧନ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।