ଭୁବନେଶ୍ବର : କେତବେଳେ ମୁଣ୍ଡରେ ପଗଡ଼ି ତ ଆଉ କେତବେଳେ ଆତଙ୍କବାଦୀ ଷ୍ଟାଇଲରେ ଫଟୋ । ଆତଙ୍କି ଲିଙ୍କ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ଶେଖ ଇମ୍ରାନ ଏବେ ତଦନ୍ତକାରୀ ସଂସ୍ଥା ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା। ଏହି କେସରେ ଏବେ ତଦନ୍ତ କରିବ ସ୍ପେଶାଲ ଟାସ୍କଫୋର୍ସ। ନୋଡାଲ ଏଜେନ୍ସି ଭାବେ ତଦନ୍ତ କରିବ ଏସଟିଏଫ । ତେବେ ତଦନ୍ତ ଆରମ୍ଭରୁ ଇମ୍ରାନ ଏକ ଛଦ୍ମବେଶୀ ଯୁବତୀର ଦ୍ୱାରା ଟ୍ରାପ ହୋଇଥିବା ଖବର ପାଇଛି STF । ସିଡ଼ିଆର ଯାଞ୍ଚ ଓ ଅଭିଯୁକ୍ତର ଫୋନ ରୁ ମିଳିଥିବା କିଛି ତଥ୍ୟ ଏବେ ଅକଲ ଗୁଡୁମ କରିଛି । ଏ ନେଇ ଆବଶ୍ୟକ ସ୍ଥଳେ NIA କୁ ସମସ୍ତ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଟିଏଫ ଏସପି ରବି ଶତପଥୀ ।
ମାଟ୍ରିକ ଫେଲ ଥିଲା ଅଭିଯୁକ୍ତ ଶେଖ ଇମ୍ରାନ। ଫୁଡ଼ ଡେଲିଭରି ବୟ ଭାବରେ ପୂର୍ବରୁ କାମ କରୁଥିଲା । ସୋସିଆଲ ମିଡିଆରେ କିଛି ଆତଙ୍କି ଲିଙ୍କ ରେ ପଡି ଦିଲ୍ଲୀ ଯାଇଥିଲା ଇମ୍ରାନ । ସୋସିଆଲ ମିଡିଆରେ ଏ ନେଇ ଜାତିଆଣ ମନ୍ତବ୍ୟ ସହ କିଛି ବିଭ୍ରାନ୍ତକାରୀ ପୋଷ୍ଟ କରୁଥିଲା । ୨୨ ବର୍ଷୀୟ ଶେଖ ଇମ୍ରାନ ୟୁନିଟ ୬ ଗଙ୍ଗନଗର ରେ ରହିବା ସହ ଦେଶଦ୍ରୋହ ସମ୍ପର୍କିତ ପୋଷ୍ଟ କରି ସ୍ପେଶାଲ ବ୍ରାଞ୍ଚ ନଜରକୁ ଆସିଥିଲା । ଗତକାଲି ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ଖୋଳତାଡ଼ କୁ ବ୍ୟାପକ କରାଯାଇଛି। କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଏସଟିଏଫ ହାତରେ ଲାଗିଛି । ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦରେ ଇମ୍ରାନ ଙ୍କ ସହଯୋଗୀ ରହିଥିବା ଜଣାପଡିଛି । ତେବେ ହନିଟ୍ରାପ କରାଇଥିବା ଯୁବତୀ ଜଣଙ୍କ କିଏ, ସେ ନେଇ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ଦେଇଛନ୍ତି ଏସଟିଏଫ ଏସପି ।

