spot_img

Latest Posts

ସିମବକ୍ସ ମାମଲାରେ ପଚରାଉଚରା ଲାଗି ଭୁବନେଶ୍ୱରରେ ପହଞ୍ଚିଛି NIA ଟିମ

ଭୁବନେଶ୍ବର: ସିମବକ୍ସ ମାମଲାରେ ପଚରାଉଚରା ଲାଗି ଭୁବନେଶ୍ୱରରେ ପହଞ୍ଚିଛି NIA ଟିମ । ଟିମର ଜଣେ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୫ ଦିନିଆ ରିମାଣ୍ଡରେ ଥିବା ମାଷ୍ଟରମାଇଣ୍ଡ ଅସଦୁର ଜମାନର ଏଜେଣ୍ଟ ରାଜୁ ମଣ୍ଡଳ ଠାରୁ ତଥ୍ୟ ଓଗାରିବା ପାଇଁ NIA ଭୁବନେଶ୍ବର ଆସିଛି । ସେପଟେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ପୂର୍ବରୁ ଦେଇଥିଲେ ଥାନାରେ ଏତଲା।

ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ମିସିଂ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୋଲିସ। ରାଜୁର ଲାଷ୍ଟ ଲୋକେସନ ଲକ୍ଷ୍ମୀସାଗର୍ ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ସହ ପଶ୍ଚିମବଙ୍ଗ ପୋଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ। ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିଲେ।

ଏଥିସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ।ଗତକାଲି ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ରେଡ଼ କରିଥିଲା ପୋଲିସ । ରାଞ୍ଚି ହାଜି ସୋହେଲ ମଲ୍ଲିକ ମୋୖଲନା ଆଜାଦ କଲୋନୀ ରେ ହୋଇଥିଲା ରେଡ଼ । ୭୫୦୦ ଟଙ୍କା ମାସିକ ଦେଇ ସେଠାରେ ଘର ଭଡା ନେଇଥିଲା ରାଜୁ।

Latest Posts

Don't Miss