ଜାମ୍ମୁ ଓ କାଶ୍ମୀରରେ NIA ରେଡ, ୧୩ ସ୍ଥାନରେ ଚାଲିଛି ଚଢ଼ାଉ
1 min read
ଜାମ୍ମୁ ଓ କାଶ୍ମୀର: ଟେରର ଫଣ୍ଡିଂ ପ୍ରସଙ୍ଗରେ ଜାମ୍ମୁ ଓ କାଶ୍ମୀରରେ ଏନଆଇଏ ରେଡ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଦକ୍ଷିଣ କାଶ୍ମୀରର ପୁଲୱାମା, ସୋପିଆନରେ ଜୋରଦାର ଚଢାଉ ହୋଇଛି ।
ମୋଟ ୧୩ଟି ସ୍ଥାନରେ ଚଢାଉ ଚାଲିଛି। ବଡଗାଓଁ, ସୋପିଆନ, ପୁଲୱାମା, ଶ୍ରୀନଗର, ଅନନ୍ତନାଗ ଅଞ୍ଚଳରେ ରେଡ ଚାଲିଛି। ଏହି ଅଞ୍ଚଳରେ ଛଦ୍ମବେଶୀ ଆତଙ୍କୀ ସଂଗଠନ ପାକିସ୍ତାନ ଲିଙ୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଆସୁଛି । ମେ’ ୧୧ ତାରିଖରେ ଏନଆଇଏ ବାରାମୁଲାରେ ରେଡ ମଧ୍ୟ କରିଥିଲା । କାଂଶୀପୁରାର ଅବଦ୍ଦୁଲ ଖଲିକ, ସୟଦ କରିମର ଜାଭିଦ ଅହମଦ ଧୋବୀ, ସାଙ୍ଗ୍ରୀ କଲୋନିର ସୋଏବ ଅହମଦ ଚୁରଙ୍କ ଘରେ ଛାପା ମାରିଥିଲା ଏନଆଇଏ ।
ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଏବଂ ହମଲା ଯୋଜନା କରିବା ଅଭିଯୋଗରେ ଏନଆଇଏ ଏହି ଚଢାଉ କରିଥିଲା । ପୁଞ୍ଚରେ ନିକଟରେ ୫ ଯବାନଙ୍କ ସହିଦ ପରେ ଏନଆଇଏ ଆକ୍ସନ ମୋଡକୁ ଆସିଛି । NIA ଟିମ୍ ସହ SIA ଟିମ୍ ମଧ୍ୟ ରେଡରେ ସାମିଲ ହୋଇଛି ।