ଦିଲ୍ଲୀ ଇସ୍ରାଏଲ ଦୂତାବାସ ଆଗରେ ବିସ୍ଫୋରଣ ଘଟଣା; ତଦନ୍ତ ଆରମ୍ଭ କଲା NIA

ନୂଆଦିଲ୍ଲୀ: ଦିଲ୍ଲୀ ଇସ୍ରାଏଲ ଦୂତାବାସ ଆଗରେ ବିସ୍ଫୋରଣ ଘଟଣା। ଘଟଣାସ୍ଥଳରେ ଏନଆଇଏ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାସ୍ଥଳରେ ପ୍ରମାଣ ଯୋଗାଡ କରିଛି ଏନଆଇଏ। ବିସ୍ଫୋରଣ ପାଇଁ କେଉଁ ବିସ୍ଫୋରକ ସାମଗ୍ରୀ ଜବତ କରଯାଇଛି ଏହାର ଛାନବିନ ଚାଲିଛି। ସ୍ପଟ୍ରୁ ସଂଗ୍ରହ ହୋଇଥିବା ପ୍ରମାଣକୁ ଫୋରେନସିକ୍ ବିଭାଗକୁ ହସ୍ତାନ୍ତର କରିଛି ଏନଆଇଏ।

ଏନଆଇଏ ସହ ମାମଲାର ତଦନ୍ତ ଏନଏସଜି କମାଣ୍ଡୋ ମଧ୍ୟ କରୁଛନ୍ତି। ଏନଏସଜିର ୨ ଜଣିଆ ଡଗ୍ ସ୍କ୍ବାଡ୍ ଘଟଣାସ୍ଥଳ ତଦାରଖ କରିଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି। ବିସ୍ଫୋରଣ ସ୍ଥଳରେ ଅର୍ଦ୍ଧସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ସେପଟେ ଇସ୍ରାଏଲ ଦୂତାବାସ ଆଗରେ ବିସ୍ଫୋରଣକୁ ନେଇ ନିଜ ଦେଶର ନାଗରିକଙ୍କୁ ଆଲର୍ଟ କରିଛି ଇସ୍ରାଏଲ । ଭାରତ ଯାତ୍ରା କରୁଥିବା ନିଜ ଦେଶର ନାଗରିକଙ୍କ ଲାଗି ଆଡଭାଇଜରୀ ଜାରି କରିଛି ଇସ୍ରାଏଲ। ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।