ଭୁବନେଶ୍ୱରରେ NIA, ଜଣେ ଛାତ୍ରଙ୍କୁ ଉଠାଇ ନେଇ ପଚରାଉଚରା
1 min read
ଭୁବନେଶ୍ୱର: ରାଜଧାନୀରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA) । ଏନ୍ଆଇଏ ଟିମ୍ ଭୁବନେଶ୍ୱରରେ ପହଞ୍ଚି ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଛାତ୍ରଙ୍କୁ ଉଠାଇ ନେଇଛି । ଯାହାକି ଏବେ ଚାଞ୍ଚଲ୍ୟକର ବିଷୟ ପାଲଟିଛି ।
କ୍ରାଇମ୍ବ୍ରାଞ୍ଚ ଓ କମିସନରେଟ୍ ପୋଲିସର ସହାୟତାରେ ସନ୍ଦିଗ୍ଧ ଛାତ୍ରଙ୍କୁ ଉଠାଇନେଇଛି NIA । ତେବେ କେଉଁ ମାମଲାରେ ସନ୍ଦିଗ୍ଧ ଛାତ୍ରଙ୍କୁ ଏନ୍ଆଇଏ ଉଠାଇ ନେଇଛି ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏନ୍ଆଇଏ ପକ୍ଷରୁ ସନ୍ଦିଗ୍ଧ ଛାତ୍ରଙ୍କୁ ଖଣ୍ଡଗିରି ଥାନାରେ ରଖି ପଚରା ଉଚରା କରାଯାଉଥିବା ସୂଚନା ମିଳିଛି ।
ତେବେ ସେହି ଛାତ୍ର ଜଣକ କିଏ ? ଏବଂ ତାଙ୍କୁ କାହିଁକି ଉଠାଇଲା ଏନ୍ଆଇଏ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।