ଗ୍ୟାଙ୍ଗଷ୍ଟାର, ଆତଙ୍କୀ ଲିଙ୍କ ମାମଲାରେ ଏନଆଇଏର ରେଡ୍

1 min read

ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟରେ ୫୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏନଆଇଏର ରେଡ୍ ଚାଲିଛି । ଗ୍ୟାଙ୍ଗଷ୍ଟାର ଏବଂ ଆତଙ୍କୀ ଲିଙ୍କ ମାମଲାରେ ଏହି ରେଡ୍ ଚାଲିଛି । ଏହି ରେଡରେ ସେହି ଗ୍ୟାଙ୍ଗ ସବୁ ରାଡାରରେ ଅଛନ୍ତି, ଯାହା ଭାରତରେ, ଜେଲରେ ବା ବିଦେଶରେ ରହି ଅପରେଟ କରାଯାଉଛି । ନିକଟରେ ଏନଆଇଏ ହରିୟାଣା ଏବଂ ପଞ୍ଜାବ ପୋଲିସ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଥିଲା ।

ଟାର୍ଗେଟ କିଲିଂ ସମେତ ଅନ୍ୟ କାର୍ଯ୍ୟକଳାପରେ ସାମିଲ ଗ୍ୟାଙ୍ଗଷ୍ଟାରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଉଛି । ଏନଆଇଏ ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ମିମୀ ୟୁପିରେ ରେଡ୍ କରିଛି । ନିକଟରେ ଏନଆଇଏ ନୀରଜ ରବାନା ଗ୍ୟାଙ୍ଗ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମେତ ୧୦ ଗ୍ୟାଙ୍ଗଷ୍ଟାରଙ୍କ ଉପରେ ରୁଜୁ ମାମଲାର ତଦନ୍ତ ଆରମ୍ଭ କରିଥିଲା ।

ଏମାନଙ୍କ ଉପରେ ୟୁଏପିଏର ଧାରା ଲଗାଯାଇଥିଲା । ପ୍ରକାଶଥାଉକି, କିଛି ମାମଲାରେ ତଦନ୍ତ ସମୟରେ ଖାସକରି ପଞ୍ଜାବର ଗ୍ୟାଙ୍ଗଷ୍ଟାର୍ସର ଆଇଏସଆଇ ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ଥିବାର କଥା ସମ୍ନାକୁ ଆସିଥିଲା । ଏହାପରେ ଏନଆଇଏ ସକ୍ରିୟ ହୋଇଯାଇଥିଲା । ଏବେ ଏମାନଙ୍କ ସହ ସମ୍ବନ୍ଧିତ ଠିକଣାରେ ରେଡ୍ କରିଛି ।