ବ୍ୟାଗରେ ଛୁଆ ଶୋଇବା ଘଟଣାକୁ ନେଇ ଏନ୍‌ଏଚଆରସିଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ଅନେକ ଶ୍ରମିକଙ୍କ ଦୁଃଖଦ ଦୃଶ୍ୟ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ନିକଟରେ ପାଦ ଚଲା ଶ୍ରମିକଙ୍କ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଖୁବ ଭାଇରାଲ ହୋଇଛି । ଭିଡିଓରେ ଗୋଟିଏ ପରିବାର ପଞ୍ଜାବରୁ ଝାନ୍ସି ପାଦରେ ଚାଲି ଚାଲି ଯାତ୍ରା କରୁଥିଲେ । ସେମାନଙ୍କ ସହିତ ଛୋଟ ଛୁଆଟିଏ ମଧ୍ୟ ଚାଲିଚାଲି ଯାଉଥିବାର ଦେଖିବାକୁ ମିଳିଛି । ଯିଏ ବହୁ କିଲୋମିଟର ଚାଲିବା ପରେ ଥକି ଯାଇଛି । ଥକି ଯାଇଥିବାରୁ ସେ ଟ୍ରୋଲି ବ୍ୟାଗ୍‌ ଉପରେ ଶୋଇପଡ଼ିଛି । ହେଲେ ଏଥିପାଇଁ କେହି ଅଟକି ଯାଇନଥିଲେ। ଛୋଟ ଛୁଆଟି ସେମିତି ବ୍ୟାଗ୍‌ ଉପରେ ଶୋଇଥିବା ବେଳେ ଟ୍ରୋଲି ବ୍ୟାଗ୍‌କୁ ତା’ ମାଆ ଟାଣି ଟାଣି ନେଉଥିବାର ନଜର ଆସିଛି ।

ତେବେ ଏନେଇ ଜାତୀୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିଛନ୍ତି । ବ୍ୟାଗରେ ଛୁଆ ଶୋଇବା ଘଟଣାକୁ ନେଇ ଏନ୍‌ଏଚଆରସିଙ୍କ ରିପୋର୍ଟ ତଲବ । ପଞ୍ଜାବ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିଶନ । ୪ ସପ୍ତାହ ମଧ୍ୟରେ ବିସ୍ତୁତ ରିପୋର୍ଟ ପ୍ରଦାନ କରିବାକୁ ଏନଏଚଆରସି ଜଣାଇଛନ୍ତି । ଆୟୋଗ କହିଛନ୍ତି ଯେ, ଲକଡାଉନ ପାଇଁ ଉପୁଜିଥିବା ସ୍ଥିତିକୁ ସୁଧାରିବାକୁ କେନ୍ଦ୍ର ସରକାର ଯଥାସମ୍ଭବ ଚେଷ୍ଟ କରୁଛନ୍ତି ।

ବିଶ୍ରାମ ନେବାକୁ ସମୟ ନାହିଁ: ଟ୍ରୋଲି ବ୍ୟାଗ୍‌ରେ ଶୋଇଥିବା ପୁଅକୁ ଟାଣି ଟାଣି ନେଲା ମାଆ

ତେବେ ଚିନ୍ତାର ବିଷୟ ଯେ ରାସ୍ତାରେ ହୋଇଥିବା ଏମିତି ଘଟଣାକୁ ସମସ୍ତେ ନଜର ଅନ୍ଦାଜ କରିଦେଉଛନ୍ତି । ଏପରିକି ସ୍ଥାନୀୟ ପ୍ରଶାସନ ମଧ୍ୟ କୈାଣସି ପଦକ୍ଷେପ ନେଉନାହାଁନ୍ତି । ସେ ଆହୁରି କହିଛନ୍ତି ଯଦି ସ୍ଥାନୀୟ ପ୍ରଶାସନ ସଚେତନ ହୋଇଥାନ୍ତେ ତେବେ ଏପରି ହୋଇନଥାନ୍ତା । ପଞ୍ଜାବରୁ ଚାଲି ଚାଲି ଯାଉଥିବା ବେଳେ କୁନି ପାଦ ଥକି ଯିବାରୁ ମା ନିଜର ଛୁଆକୁ ବ୍ୟାଗରେ ଶୁଆଇ ଦେଇ ଟାଣି ଟାଣି ନେଉଥିଲା । ଯାହା ବେଶ ଦୟନୀୟ ଘଟଣା ।

Leave a Reply