ନନ୍ଦିଘୋଷ ବ୍ୟୁରୋ: ବିବାଦୀୟ ୫୫ ନମ୍ବର ଜାତୀୟ ରାଜପଥ କାମ ବିଳମ୍ବ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିନ୍ନ ଭିନ୍ନ ମତ। ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ପ୍ରଥମେ ଠିକାଦାର ଦେବାଳିଆ ହୋଇଯିବାରୁ କାର୍ଯ୍ୟ ବିଳମ୍ବ ହେଉଛି କହିଲେ। ପରେ ବନ ବିଭାଗ ଉପରେ ଦୋଷ ଲଦିଦେଲେ। କେନ୍ଦ୍ର ସରକାର କିନ୍ତୁ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଡାହା ମିଛ କହୁଥିବା ଲୋ ଅଭିଯୋଗ।
ପ୍ରଥମେ ଠିକାଦାର ଦେବାଳିଆ ହୋଇଯିବାରୁ କାର୍ଯ୍ୟ ବିଳମ୍ବ ହେଉଛି କହିଲେ। ପରେ ବନ ବିଭାଗ ଉପରେ ଦୋଷ ଲଦିଦେଲେ। ପ୍ରକୃତ ଚିତ୍ର କିନ୍ତୁ ଭିନ୍ନ। ରାଜ୍ୟ ବନ୍ ବିଭାଗ ତରଫରୁ ୨୦୧୭ ମସିହାରେ ଷ୍ଟେଜ ୧ ଓ ୨୦୨୦ ମସିହାରେ ଷ୍ଟେଜ ୨ ଅନୁମତି NH ବିଭାଗକୁ ମିଳି ସାରିଥିଲ। କିନ୍ତୁ ଏହି ଅନୁମତି ସମୟରେ ରାସ୍ତା କାର୍ଯ୍ୟ ଚାଲୁ ରହିଥିଲା। ଷ୍ଟେଜ ୨ ଅନୁମତି ୩ ବର୍ଷ ତିନି ମାସ ପୂର୍ବରୁ NH ବିଭାଗକୁ ମିଳିସାରିଥିଲା। ହେଲେ କାର୍ଯ୍ୟ ଶେଷ ହୋଇ ପାରିଲାନାହିଁ।
ଷ୍ଟେଜ 2 ଅନୁମତି 3 ବର୍ଷ ତିନି ମାସ ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣକୁ ମିଳିସାରିଥିଲା। ହେଲେ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ।କେନ୍ଦ୍ର ସରକାର କିନ୍ତୁ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଡାହା ମିଛ କହୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ନଗରପାଲ ତଥା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ମିଶ୍ର।

