ନ୍ୟୁଜିଲାଣ୍ଡ ଆଗରେ ୧୮୫ ରନର ଟାର୍ଗେଟ; କ୍ଲିନ ସୁଇପ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

1 min read

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଇନିଂସରେ ଭାରତ ୭ଓ୍ବିକେଟ ବିନିମୟରେ ୧୮୪ ରନ ସଂଗ୍ରହ କରିଛନ୍ତି । ଆରମ୍ଭରୁ ଦୁଇ ଓପନର ରୋହିତ ଓ ଇଶାନ ଦମଦାର ଆରମ୍ଭ କରିଥିଲେ । କିନ୍ତୁ ରୋହିତ ଶର୍ମାଙ୍କ ଓ୍ବିକେଟ ପରେ ରନ ରେଟ୍ କମିଯାଇଥିଲା । କିନ୍ତୁ ଶେଷରେ ହର୍ଷଲ ପଟେଲ ଓ ଦିପକ ଚହରଙ୍କ ଦମଦାର ବ୍ୟାଟିଂ ପରେ ଭାରତ ୧୮୪ ରନ ସ୍କୋର କରି ପାରିଥିଲେ ।

ଭାରତ ପକ୍ଷରୁ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତ ୩୧ଟି ବଲରେ ୩ ଛକା ଓ ୫ଚୌକା ସହ ୫୬ ରନ କରିଥିଲେ । ସେହିପରି ଭାବରେ ଇଶାନ କିଶାନ ୨୯, ଶ୍ରେୟାସ ଆୟର ୨୫, ଭେଙ୍କଟେଶ ଆୟର ୨୦, ଦିପକ ଚହର ୨୧ ଏବଂ ହର୍ଷଲ ପଟେଲ ୧୮ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସ୍ୟାଣ୍ଟନର ୩ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଦୁଇଟି, ଆଡାମ ମିଲ୍ନ ଓ ଲୋକି ଫରଗୁସନ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

 

Leave a Reply