ନେଦରଲାଣ୍ଡସ ଆଗରେ ୩୨୩ ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ହାଇଦ୍ରାବାଦ: ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡସ । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡସ ଆଗରେ ୩୨୩ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ହାଇଦ୍ରାବାଦ ରାଜୀବଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିମରେ ଖେଳାଯାଉଥିବା ବିଶ୍ବକପ ଏହି ଷଷ୍ଠ ମ୍ୟାଚରେ ନେଦରଲାଣ୍ଡସ ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକଟ ହରାଇ ୩୨୨ ରନ କରିଥିଲା । ଦଳ ପକ୍ଷରୁ ୩ ଜଣ ଖେଳାଳି ଅର୍ଦ୍ଧ ଶତକ ହାସଲ କରିଥିଲେ ।

ଓ୍ବିଲ ୟଙ୍ଗ ସର୍ବାଧିକ ୭୦ ରନ କରିଥିବାବେଳେ ରଚୀନ ରବୀନ୍ଦ୍ର ୫୧ ଓ ଟମ ଲାଥେମ ୫୩ ରନ କରିଥିଲେ । ନେଦରଲାଣ୍ଡସ ପକ୍ଷରୁ ଆର୍ୟନ ଦତ୍ତ, ପଲ୍ ଭାନ ମିକିରେନ ଓ ରୋଏଲର ଭାନ ଡର ମେରଓ୍ବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୩୨୩ ରନର ବିଜୟ ଲକ୍ଷ୍ଯ ନେଇ ବ୍ୟାଟିଂ ଜାରି ରଖିଛି ନେଦରଲାଣ୍ଡସ । ନ୍ୟୁଜିଲାଣ୍ଡ ନିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡସ ୧୩ ଓଭର ସୁଦ୍ଧା ଦୁଇଟି ୱିକେଟ୍ ହରାଇ ୫୭ ରନ୍ କରିଛି । କୋଲିନ ଆକରମନ ଏବଂ ବାସ ଡି ଲିଡି ବ୍ୟାଟିଂ କରୁଛନ୍ତି ।