ସେମିଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଟିମକୁ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ମୁମ୍ବାଇ: ବୁଧବାର ବିଶ୍ବକପ ସେମିଫାଇନାଲ ମୁକାବିଲାରେ ଭେଟାଭେଟି ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରେସମିଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ବିଲିୟମସନ । ସେ କହିଛନ୍ତି କି, ଭାରତ ଏକ ଶକ୍ତିଶାଳି ଦେଶ । ଚଳିତ ବିଶ୍ବକପରେ ଦଳ ଦମଦାର ପ୍ରଦର୍ଶନ ଜାରି ରଖିଛି । ଲାଗୁଥିଲା କି, ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଆହତ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ମାତ୍ର ସେମତି କୌଣସି ପରିସ୍ଥିତି ଦେଖିବାକୁ ମିଳିଲାନି । ଭାରତ ଏବେ ଏକ ସନ୍ତୁଳିତ ଟିମ ରହିଛି । ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ସୂର୍ସ୍ୟକୁମାର ଯାଜବ ଜଣେ ଉଚ୍ଚେକାଟିର ବ୍ୟାଟ୍ସମ୍ୟାନ ବୋଲି କହିଛନ୍ତି । ସୂର୍ଯ୍ୟଙ୍କ ସଟ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଥିବାବେଳେ ପଡ଼ିଆର ଚତୁରଦ୍ଦିଗକୁ ସେ ମାରିପାରନ୍ତି ।

ସେପଟେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବିନ୍ଦ୍ରଙ୍କ ସମ୍ପର୍କରେ ଓ୍ବିଲିୟମସନ କହିଛନ୍ତି କି, ସେ ମଧ୍ୟ ଜଣେ ଭଲ ଖେଳାଳି । ବ୍ୟାଟିଂରେ ଜଲଓ୍ବା ଦେଖାଉଥିବାବେଳେ ଆମ ଦଳ ପାଇଁ ସଙ୍କଟମୋଚକ ମଧ୍ୟ ସାଜିଛନ୍ତି । ପୁରା ଟୁର୍ଣ୍ଣାମେଣ୍ଟରେ ସେ ଉଚ୍ଚକୋଟିର ବ୍ୟାଟିଂ କରୁଛନ୍ତି । ଆାଗାମୀ ଦିନରେ ଆମ ଟିମ ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଭାରତରେ ବିଶ୍ବକପ ଅନୁଷ୍ଠିତ ହେଉଥିବା ବେଳେ ଖେଳିବାକୁ ବେଶ ଖୁସି ଲାଗୁଛି । ଭାରତ ଏବେ ଦମଦାର ପ୍ରଦର୍ଶନ କରୁଥିବାବେଳେ ସେମିଫାଇନାଲରେ କଡ଼ା ଟକ୍କର ହେବ । ଯଦିଓ ଆମେ ପୂର୍ବରୁ ଭାରତକୁ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ହରାଇଛୁ ତଥାପି ଏଥରକ ଭାରତ ଭଲ ଫର୍ମରେ ରହିଛି ।