ସମ୍ବାଦ ବ୍ୟାଙ୍କ ସ୍କାମ ମାମଲା, ଆଜି ବ୍ୟାଙ୍କ କର୍ମଚାରୀଙ୍କୁ ହେବ ପଚରା ଉଚରା
1 min read
ଭୁବନେଶ୍ୱର : ଖୋଲୁଛି ସମ୍ବାଦ ଶୋଷଣ ଗୁମର । ଦିନକୁ ଦିନ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣୁଛିଛନ୍ତି ବ୍ୟାଙ୍କ ସ୍କାମ ଅଭିଯୋଗ । ମାମଲରାର ସରଜମିନ୍ ତଦନ୍ତ ଚଳାଇଛି ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା । ଆଜି କିଛି ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରାଯିବ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ । ଦିନକୁ ଦିନ ଅଭିଯୋଗ ବଢୁଥିବା କହିଛନ୍ତି କହିଛନ୍ତି EOW ଏସପି ଦିଲୀପ ତ୍ରିପାଠୀ । ସେପଟେ ସମ୍ବାଦର ପୂର୍ବତନ କର୍ମଚାରୀ କହୁଛନ୍ତି ନିର୍ଯାତନା କାହାଣୀ । କର୍ମଚାରୀଙ୍କ ନାଁରେ ହେଉଥିଲା ଲୋନ୍। ଅଖାରେ ପୂରାଇ ଋଣ ଟଙ୍କା ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍। ହକ୍ ପାଇଁ ସ୍ବର ଉଠାଇଲେ ଚାକିରିରୁ ବିଦା ପାଇଁ ମାନସିକ ଚାପ ଦିଆଯାଉଥିଲା । ସମ୍ବାଦ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଉରକେଲାର ରଶ୍ମୀ ମୁଦୁଲି । ସେହିଭଳି ଲୋନ୍ ପାଇଁ ସମ୍ବାଦ ଛାଡ଼ିଛନ୍ତି ଭୈରବ ଚନ୍ଦ୍ର ବ୍ରହ୍ମା। ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ। ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା। ଚତୁର୍ଥ ଥର ଋଣ କରିବାକୁ ସଫା ସଫା ମନା କରିବା ସହ ଚାକିରି ଛାଡିଥିଲେ ଭୈରବ।
ଏନେଇ ସିଧାସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସେହିପରି କ୍ଷୋଭ ପ୍ରକାଶ କରିଛନ୍ତି ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର। ସେ ୫ବର୍ଷ ଧରି ସମ୍ବାଦ ପାଇଁ କାର୍ଯ୍ୟ କରିବା ପରେ ହଠାତ ଦିନେ ତାଙ୍କ ଏଜେନ୍ସି କାଟି ଦିଆଗଲା । ହେଲେ ସତ ଜାଣିବା ପରେ ସମ୍ବାଦ ଛାଡଥିଲେ ମିତ୍ରଭାନୁ । କିନ୍ତୁ ଏଜେନ୍ସି ବାବଦକୁ ଜମା କରିଥିବା ଟଙ୍କା ଆଜି ପର୍ଯ୍ୟନ୍ତ ଫେରସ୍ତ ପାଇନାହାନ୍ତି ।