ଲୋନ୍ ସ୍କାମ ମାମଲାର ତଦନ୍ତରେ ବାଧା ଦେଉଛନ୍ତି ସମ୍ବାଦ କର୍ତ୍ତୃପକ୍ଷ

1 min read

ଭୁବନେଶ୍ୱର : ଚୋରି ପରେ ସିନାଜୋରି । ଲୋନ୍ ସ୍କାମ ମାମଲାର ତଦନ୍ତରେ ବାଧା ଦେଉଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଓଡବ୍ଲୁକୁ ତଦନ୍ତରେ ଅସହଯୋଗ କରୁଛନ୍ତି ସମ୍ବାଦ କର୍ମଚାରୀ । ସମ୍ବାଦ ଅଫିସରେ ଯାଞ୍ଚ ବେଳେ ବାଧା ସୃଷ୍ଟି କରାଯାଉଛି ବୋଲି ଇଓଡବ୍ଲୁ ସୂଚନା ଦେଇଛି । ଇଓଡବ୍ଲୁର କହିବା ଅନୁସାରେ ସମ୍ବାଦ କାର୍ଯ୍ୟାଳୟରୁ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଗାଏବ ହୋଇଯାଇଛି । ଏପରିକି କିଛି ଫାଇଲ ଦେବାକୁ ମନା କରିଦେଇଥିଲେ ସମ୍ବାଦ କର୍ମଚାରୀ ।  HR ଓ ଆକାଉଣ୍ଟ ସେକ୍ସନର କେତକ ଗୁରୁତ୍ବପୁର୍ଣ୍ଣ ଫାଇଲକୁ ଇଓଡବ୍ଲୁ କପି କରିବାକୁ ଚାହିଁଥିଲେ ମଧ୍ୟ ବାଧା ସୃଷ୍ଟି କରାଯାଇଥିଲା  । ହାର୍ଡଡିକ୍ସ ଜବତ କରିବା ସମୟରେ ସମ୍ବାଦ କର୍ମଚାରୀ ବିରୋଧ କରିବାକୁ ଅପ୍ରୀତିକର ସ୍ଥିତି ଉପୁଜିଥିଲା  । ଇଓଡବ୍ଲୁ ତଦନ୍ତରୁ ପାଇଥିବା ତଥ୍ୟ ଅନୁସାରେ ସମ୍ବାଦ ବ୍ୟାଙ୍କ ଆକାଉଣ୍ଟରେ ଗତ କିଛି ବର୍ଷ ହେବ ବିପୁଳ ପରିମାଣର ଟଙ୍କା ଜମା କରାଯାଇଛି । ସମ୍ବାଦ ବିରୋଧରେ ଦିନକୁ ଦିନ ଅଭିଯୋଗକାରୀଙ୍କ ସଂଖ୍ୟା ବଢୁଛି । ମୂଳ ଅଭିଯୋଗ ଅନୁସାରେ ସମାନ ଅଭିଯୋଗ ଆଣୁଛନ୍ତି ଅନେକ ପୂର୍ବତନ କର୍ମଚାରୀ ।File:Sambad office.jpg - Wikimedia Commons

ଋଣ ଜାଲିଆତିରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଏସବିଆଇ ଉପରେ ବିଭାଗୀୟ ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଇଓଡବ୍ଲୁ । କେବଳ ଋଣ ଠକେଇ ନୁହେଁ କର୍ମଚାରୀଙ୍କ ଭବିଷ୍ୟନିଧି ତଥା ଇପିଏଫ ଓ ଇଏସଆଇରେ ମଧ୍ୟ ଘୋଟଲା ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । ସବୁ ଦିଗରୁ ଇଓଡବ୍ଲୁ ତଦନ୍ତ ଜାରି ରଖିଛି  । ସେପଟେ ସମ୍ବାଦର ଲୋନ୍ ସ୍କାମ ତଦନ୍ତ ନେଇ ଇଓଡବ୍ଲୁ କାର୍ଯ୍ୟାଳରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ସୂଚନା ମିଳିଛି  । ବୈଠକରେ ଜୋନ୍ ୫ ଏସିପି ଗୌତମ କିଷାନ ଓ ହେଡ୍ କ୍ବାର୍ଟର ଏସିପି ଅଞ୍ଜନା ଟୁଡୁ, ଅତିରିକ୍ତ ଏସପି ସିମାଞ୍ଚଳ ଗନ୍ତାୟତ, ଡିଏସପି ସସ୍ମିତା ସାହୁ ଓ ତଦନ୍ତକାରୀ ଅଧିକାରୀ ତ୍ରିଲୋଚନ ସେଠୀ ଉପସ୍ଥିତ ଅଛନ୍ତି ।