ନବବଧୂଙ୍କୁ ମାରି ଅଖାରେ ପୂରେଇ ଫିଙ୍ଗିଦେଲେ

ଢ଼େଙ୍କାନାଳ: ହିନ୍ଦୋଳର ରାସୋଳ ଥାନା କଲୋନୀ ସାହିରେ ଘଟିଯାଇଛି ଏକ ନୃଶଂସ ହତ୍ୟାକାଣ୍ଡ । ଜଣେ ନବ ବିବାହିତା ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ହତ୍ୟା ଏକ ଜରି ବସ୍ତାରେ ବାନ୍ଧି ସ୍କୁଟି ଯୋଗେ ଜଙ୍ଗଲରେ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।  ନିଜ ସ୍ୱାମୀ ସୁଜିତ୍ ସାହୁ  ଏବଂ ଶାଶୁ କୁମୁଦିନୀ ସାହୁ ନିକଟସ୍ଥ ଦଣ୍ଡିରି ଗ୍ରାମ ନିକଟ ଘଞ୍ଚ ଜଙ୍ଗଲ ମହିଳାଙ୍କୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।

ଝିଅ ଘର ଲୋକଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ କରି ଅଭିଯୁକ୍ତ  ସ୍ୱାମୀ ସୁଜିତ୍ ସାହୁ, ଶଶୁର ନିରଞ୍ଜନ ସାହୁ ଏବଂ ଶାଶୁ କୁମୁଦିନୀ ସାହୁ ଙ୍କୁ ଗିରଫ କରିଛି ।

ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।ପୋଲିସ ପ୍ରାଥମିକ ସୁଚନା ଅନୁସାରେ ବୋହୁ କୁ ପ୍ରଥମେ ଘରେ ମାରି ଦେବା ପରେ ଜଙ୍ଗଲରେ ଫିଙ୍ଗି ଦେଇ ଥିବାର ଜଣାପଡିଛି।

Leave a Reply