ସୁନା ନ ଆଣିବାରୁ ବୋହୂକୁ ହତ୍ୟା, ଘର ଅଗଣାରେ ଅନ୍ତିମ ସଂସ୍କାର

ବାରାମତି: ମହାରାଷ୍ଟ୍ରର ବାରାମତିର ସାଙ୍ଗବୀ ଗାଁରେ ଯୌତୁକ ନ ଆଣିବାରୁ ବୋହୂକୁ ହତ୍ୟା କରାଯାଇଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ମହିଳାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲେ । କିନ୍ତୁ ପରିବାର ଲୋକ ଯୌତୁକ ଦେବାରେ ସକ୍ଷମ ନହେବାରୁ ମହିଳାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ସଦସ୍ୟ ।

ଗୋଟିଏ ପଟେ ଅଲିଅଳି ଝିଅକୁ ହରାଇବାର ଦୁଃଖ ଏବଂ ଅନ୍ୟପଟେ ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କୁ ଊଚିତ୍‌ଦଣ୍ଡ ଦେବା ପାଇଁ ପ୍ରୟାସ । ଝିଅର ମୃତ୍ୟୁରେ ମର୍ମାହତ ମହିଳାଙ୍କ ପରିବାର ଝିଅର ମୃତ ଶରୀରକୁ ତାଙ୍କ ଶ୍ୱଶୁର ଘର ଅଗଣାରେ ଅନ୍ତିମ ସଂସ୍କାର କରି ଦେଇଛନ୍ତି । ଏହାକୁ ନେଇ ବାରମତି ଥାନାରେ ମାମଲା ରୁଜୁ କରାଯାଇଛି ।

୨୧ ବର୍ଷୀୟ ମୃତ ଗୀତାଞ୍ଜଳିଙ୍କ ବିବାହ ସାଙ୍ଗବୀ ଗାଁର ଅଭିଷେକ ତାବରେଙ୍କ ସହିତ ହୋଇଥିଲା । ୨୪ ମଇକୁ ଉଭୟଙ୍କ ବିବାହ ବାର୍ଷିକୀ ଥିଲା । କିନ୍ତୁ ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ଗୀତାଙ୍କ ଜୀବନ ଦ୍ୱୀପ ଲିଭିଗଲା । କିନ୍ତୁ ଅଭିଷେକଙ୍କ କହିବା ଅନୁସାରେ ଗୀତା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ଗୀତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଗଲା । ଗୁରୁବାର ସକାଳ ୮ଟାରେ ଗୀତା ସବୁଦିନ ପାଇଁ ଆଖି ବୁଜିଛନ୍ତି ।

ଗୀତାଞ୍ଜଳିଙ୍କ ଖୁଡ଼ି ତାଙ୍କ ଶ୍ୱୁଶୁର ଘର ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି । ତେବେ ଅଭିଷେକଙ୍କ ପରିବାର ୫୧ ତୋଳା ସୁନା ଯୌତୁକରେ ଦେବାପାଇଁ ଦାବି କରିଥିଲେ । ଏହା ସହିତ ଘରର ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ଏତେ ସୁନା ଦେବାରେ ଗୀତାଙ୍କ ପରିବାର ଅକ୍ଷମ ଥିଲେ ବୋଲି କହିଛନ୍ତି ଗୀତାଙ୍କ ଖୁଡ଼ି । ଗୀତାଙ୍କ ଖୁଡ଼ି ଏହା ମଧ୍ୟ କହିଛନ୍ତିଯେ, ବିବାହର ଅଳ୍ପ ଦିନ ପରେ ଗୀତାଙ୍କ ଉପରେ ଶୁଶୁର ଘର ଲୋକ ନିର୍ଯାତନା ଆରମ୍ଭ କରି ଦେଇଥିଲେ । ପରିସ୍ଥିତି ଅଧିକ ବିଗିଡ଼ିବାରୁ ଗୀତାଙ୍କ ପରିବାର ଲୋକ ୨୫ ତୋଳା ସୁନା ଦେଇଥିଲେ ।

ଗୁରୁବାର ସକାଳେ ଗୀତାଙ୍କ ମୃତ୍ୟୁ ହେବାରୁ ତାଙ୍କ ପରିବାର ଲୋକ ରାଗିଯାଇ ଅଭିଷେକଙ୍କ ଘର ଅଗଣାରେ ଗୀତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି ।

Leave a Reply