ରୋଷେଇ କରୁଥିବା ବେଳେ ଜଳିଗଲେ ସ୍ୱାମୀ ସ୍ତ୍ରୀ

ଭଦ୍ରକ: ରୋଷେଇ କରୁଥିବା ବେଳେ ଜଳିଗଲେ ଦମ୍ପତ୍ତି । ବିଦ୍ୟୁତ ସର୍ଟସର୍କିଟ୍‌ ଫଳରେ ପୁରା ଘରେ ଲାଗିଗଲା ନିଆଁ । ଏଥିରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଦୁଖଦ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ସେରପୁର ଗାଁରେ ଘଟିଛି ।

ଏଥିରେ ୩ ବଖରା ଘର ସହ ଆସବାବପତ୍ର ପୋଡ଼ିଯାଇଛି । ମୃତା ମହିଳା ହେଲେ ସରୋଜିନୀ ପରିଡ଼ା। ତାଙ୍କ ସ୍ୱାମୀ ଅନ୍ତର୍ଯାମୀ ପରିଡ଼ା ଗୁରୁତର ଅବସ୍ଥାରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଭୋରୁ ସରୋଜିନୀ ରୋଷେଇ ଘରେ ରୋଷେଇ କରୁଥିଲେ । କୌଣସି କାରଣରୁ ହଠାତ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା । ନିଆଁର ଯୋର ଏତେ ମାତ୍ରାରେ ଥିଲାଯେ କେହି କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା ।

ଘଟଣାସ୍ଥଳରେ ସରୋଜିନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତିହିଡ଼ି ମେଡିକାଲରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଉଥିବା ଜଣାଯାଇଛି।

Leave a Reply