ଶାଶୂ-ଶଶ୍ୱୁରଙ୍କ ଆଶୀର୍ବାଦ ନେଲେ ବର୍ଷା
1 min readଭୁବନେଶ୍ୱର: ଶାଶୂ ଘରକୁ ଫେରିଛନ୍ତି ପଦମପୁରର ନବ ନିର୍ବାଚିତା ବିଧାୟିକା ବର୍ଷା ସିଂ ବରିହା । ଶାଶୂ ଘରେ ଆନନ୍ଦ- ଉଲ୍ଲାସ । ଖୁସିରେ ଗଦ ଗଦ ଶଶ୍ୱୁର ତଥା ପୂର୍ବତନ ବିଧାୟକ, ବର୍ତ୍ତମାନର ବିଜେପି ଉପସଭାପତି ରମା ରଞ୍ଜନ ବଳିଆରସିଂ । ବୋହୂ ବର୍ଷାଙ୍କୁ ନେଇ ସେ ଯେତିକି ଖୁସି, ନିଜ ଦଳର ନେତାଙ୍କ ମିଥ୍ୟା ରାଜନୈତିକ ଆରୋପ ଯୋଗୁଁ ସେ ସେତିକି ଦୁଃଖି । ନିଜ ଦଳର ନେତା ତାଙ୍କ ବୋହୂଙ୍କୁ ଯେଭଳି ମିଥ୍ୟା ଲାଞ୍ଛନା ଦେଇଛନ୍ତି, ତାହା ତାଙ୍କୁ ନିରୁତ୍ସାହିତ ଏବଂ କଷ୍ଟ ଦେଇଥିବା ପ୍ରତିକ୍ରିୟାରେ ମତ ପ୍ରକାଶ କରିଛନ୍ତି ରମା ରଞ୍ଜନ ବଳିୟାରସିଂ ।
ସେ କହିଛନ୍ତି, ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁଯୋଗ୍ୟା କନ୍ୟା ବର୍ଷା ସିଂ ବରିହା ଆମ ଘରକୁ ୬ମାସ ତଳେ ବୋହୂ ସାଜି ଆସିଥିଲେ । ତାସଙ୍କ ସ୍ୱର୍ଗତ ପିତା ବିଜୟ ସିଂ ବରିହା କନ୍ୟାଦାନ କରିଥିଲେ । ସେ ଅତ୍ୟେନ୍ତ ଭଦ୍ର, ନମ୍ର ଓ ଜଣେ ଉଚ୍ଚ କୋଟୀର ମଣିଷ । ତାଙ୍କ କନ୍ୟା ତଥା ମୋ ଘରର ବୋହୂ ମଧ୍ୟ ସର୍ବଗୁଣା ସମ୍ପନ୍ନା । ସେ ଯେତେବେଳେ ବୋହୂ ରୂପେ ମୋ ଘରେ ପାଦ ରଖିଥିଲେ, ସେତେବେଳେ କାହାକୁ ମଧ୍ୟ ଜଣା ନଥିଲା ଯେ ଦିନେ ଏ ବିଧାୟିକା ହେବେ ବୋଲି । ଆଜି ଶ୍ୱଶୁର ଭାବେ ମୁଁ ଗର୍ବିତ । ମୋ ଘରର ବହୂ ପଦମପୁରର ବିଧାୟିକା ବୋଲି ଖୁସି ବ୍ୟକ୍ତ କରି କହିଛନ୍ତି ରମାରଞ୍ଜନ ।
ବର୍ଷା ଖୁବଲ କମ ଦିନରେ ସମସ୍ତଙ୍କୁ ନିଜର କରିପାରିଛି । ସେ ସକ୍ଷମତା ତା ପାଖରେ ରହିଥିଲା । ଆଶା ମଧ୍ୟ ଥିଲା, ନିର୍ବାଚନରେ ପଦମପୁର ବାସୀଙ୍କ ହୃଦକୁ ସେ ନିଜର କରିପାରିବ । ଶେଷରେ ସେୟା ହିଁ ହେଲା । ପଦମପୁରବାସୀ ତା ପ୍ରତି ଅକୁଣ୍ଠ ଆଶୀର୍ବାଦ ଓଜାଡି ଦେଲେ । ସେ ହି ଆଶାର୍ବାଦ ବଳରେ ସେ ବଳିୟାନ ହେବ । ଲୋକଙ୍କ କାର୍ଯ୍ୟ କରିବା ବୋଲି କହିଛନ୍ତି ରମା ରଞ୍ଜନ ବଳିୟାରସିଂ । ପଦମପୁର ଇପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବର୍ଷା ସିଂ ବରିହା । ଡିସେମ୍ବର ୮ ତାରିଖରେ ଆସିଥିଲା ନିର୍ବାଚନୀ ଫଳ । ଯେଉଁଥିରେ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିର୍ଷା । ଆଜି ଭୁବନେଶ୍ୱର ସ୍ଥିତ ଶାଶୂଘରକୁ ଆସି ଶାଶୂ- ଶଶ୍ୱୁରଙ୍କ ଆଶୀର୍ବାଦ ନେଇଛନ୍ତି ବର୍ଷା ।