ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା

ଭୁବନେଶ୍ୱର: ଆସନ୍ତା ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା । ପଦମପୁରରେ ବିଜୟୀ ହେବା ପରେ ଆଜି ବାଚସ୍ପତିଙ୍କୁ ଭେଟିଥିଲେ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ । ପଦମପୁରବାସୀଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ସେ କହିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବର୍ଷା ।
ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ବ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା ସିଂ ବରିହା କହିଛନ୍ତି । ସୂଚନାଥାଉକି, ଗତ ୫ ତାରିଖରେ ପଦମପୁରରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ ପୁରୋହିତଙ୍କଠାରୁ ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବର୍ଷାଙ୍କ ବାପା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏଠାରେ ନିର୍ବାଚନ ହୋଇଥିଲା ।