ବାଚସ୍ପତିଙ୍କୁ ଭେଟିଲେ ବର୍ଷା; ସୋମବାର ବିଧାୟିକା ଭାବେ ନେବେ ଶପଥ

ଭୁବନେଶ୍ୱର: ପଦମପୁରରେ ବିଜୟୀ ହେବା ପରେ ବାଚସ୍ପତିଙ୍କୁ ଭେଟିଲେ ବିଧାୟିକା ବର୍ଷା ସିଂ ବରିହା । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବର୍ଷା । ଆସନ୍ତା ସୋମବାର ବର୍ଷା ବିଧାୟିକା ଭାବେ ଶପଥ ନେବେ । ପଦମପୁରବାସୀଙ୍କ ସ୍ବପ୍ନକୁ ସାକାର କରିବେ ବୋଲି ସେ କହିଛନ୍ତି । ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ବର୍ଷା । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ବ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ବର୍ଷା ସିଂ ବରିହା କହିଛନ୍ତି ।