ଚେଙ୍କ ଚିକିତ୍ସା କରି ଶିଶୁପୁତ୍ରକୁ ମାରିଦେଲେ ପରିବାର

1 min read

ନବରଙ୍ଗପୁର: ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ନବରଙ୍ଗପୁର ଜିଲ୍ଲା ରାଇଘର କସକଙ୍ଗା ଜଡ଼ାପାରାରେ ଅନ୍ଧବିଶ୍ବାସର କୁପରିଣତି ଦେଖିବାକୁ ମିଳିଛି । ଚେଙ୍କ ଚିକିତ୍ସା ନେଇଛି ୯ ମାସ ଶିଶୁପୁତ୍ରର ଜୀବନ ।

ଜ୍ବର ଓ ଥଣ୍ଡାରେ ପୀଡ଼ିତ ଥିଲା ଶିଶୁ । ଡାକ୍ତରଖାନା ନେବାକୁ ଆଶାକର୍ମୀ କହିଥିଲେ । ହେଲେ ବାପା ଶୁକଦେବ ଜଣେ ବୃଦ୍ଧାଙ୍କୁ ଡାକି ଚିକିତ୍ସା ଆରମ୍ଭ କରିଥିଲେ । ଦିଶାରୀର ଚେଙ୍କ ଚିକିତ୍ସାରେ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲା ଶିଶୁ । ଚେଙ୍କ ଚିକିତ୍ସା କଥା ଜାଣିପାରି ଆଶାକର୍ମୀ ସଙ୍ଗେ ସଙ୍ଗେ ଶିଶୁକୁ ମେଡିକାଲରେ ଭର୍ତ୍ତି କରିଥିଲେ  ।

ହେଲେ ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ଛାଡିଦେବାକୁ ବାରମ୍ବାର ପରିବାର ଲୋକ କହୁଥିଲେ । ଶିଶୁର ଅବସ୍ଥା ଶୋଚନୀୟ ଥିବା କହି ଛାଡ଼ିବାକୁ ରାଜି ହୋଇ ନଥିଲେ ଡାକ୍ତର । ଶିଶୁକୁ ଦେଖିବା ବାହାନା କରି ପରିବାର ଲୋକ ତାକୁ ନେଇ ଲୁଚି ଚାଲି ଯାଇଥିଲେ l ଏହା ପରେ ଡାକ୍ତର କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଭୋରରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।