ନବଜାତ ଶିଶୁକୁ ଜନ୍ମ କରି ରାସ୍ତା କଡ଼କୁ ଫିଙ୍ଗିଦେଲା ମାଆ

ଚାନ୍ଦବାଲି  : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ଜନ୍ମ କରି ରାସ୍ତା କଡ଼କୁ ଫିଙ୍ଗିଦେଲା ମାଆ । ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ମୁନିପଦା ଛକ ରାସ୍ତା ପାଖ କଣ୍ଟା ବୁଦାରେ ଏହି ନବ ଜାତ ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଯୁବକ ନବଜାତ ଶିଶୁର କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପଲିଥିନରେ ବନ୍ଧା ଶିଶୁ କନ୍ୟାଟିକୁ ଉଦ୍ଧାର କରି ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ଶିଶୁ କନ୍ୟା କାହାର ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।