ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲରେ ନ୍ୟୁଜିଲାଣ୍ଡର ବାଜିମାତ ; ଫାଇନାଲରେ ଭାରତ ସହ ହେବ କଡ଼ା ମୁକାବିଲା

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ । ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ନ୍ୟୁଜିଲାଣ୍ଡ । ୩୧୨ ରନ କରିବାରେ ସକ୍ଷମ ହେଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଆଗରେ ୩୬୩ ରନର ଥିଲା ବିଜୟ ଲକ୍ଷ୍ୟ ଥିବା ବେଳେ ଶତକ ହାସଲ କଲେ ମିଲର । ଅନ୍ୟପଟେ ରଚିନ ରବୀନ୍ଦ୍ର ଓ କେନ୍ ଓ୍ବିଲିୟମସନ ଶତକ ହାସଲ କରିଥିଲେ । ତେବେ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ସୁପର ସନଣ୍ଡେରେ ଟ୍ରଫି ପାଇଁ ହେବ ଫାଇନାଲ ଲଢ଼େଇ । ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସ୍ଥିର ହୋଇଛି ।