କ୍ଲିନ ସୁଇପ୍ ଲକ୍ଷ୍ୟରେ ବିରାଟ ବାହିନୀ

1 min read

ଗତଥର ନ୍ୟୁଜିଲାଣ୍ଡ-ଭାରତୀୟ ଟିମ ମଧ୍ୟରେ ଥିବା ମୁକାବିଲାକୁ ରୋମାଞ୍ଚକ ଥିଲା । ସୁପର ଓଭରରେ ରୋହିତ ଶର୍ମାଙ୍କ ଛକା କ୍ରିକେଟ ପ୍ରେମୀଙ୍କ ହୃଦୟ ଜିଣିଥିଲା । ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାଉଣ୍ଟମୌଙ୍ଗୁଲୀସ୍ଥିତ ବେ ଓଭାଲରେ ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଭାରତୀୟ ସମୟ ଅପରାହ୍ନ ସାଢ଼େ ୧୨ଟାରେ ଏହି ମ୍ୟାଚ ଖେଳାଯିବ ।

ଟି-୨୦ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଅକଲାଣ୍ଡର ଇଡେନ ପାର୍କରେ ୬ ୱିକେଟରେ ପରାସ୍ତ କରିଥିଲା ଭାରତୀୟ ଟିମ୍। ସେହିପରି ଦ୍ୱିତୀୟ ଟି-୨୦କୁ ଭାରତ ଅକଲାଣ୍ଡରେ ୭ ୱିକେଟରେ ବିଜୟୀ ହୋଇଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ୩ୟ ଓ ୪ର୍ଥ ଟି-୨୦ ମ୍ୟାଚକୁ ହାମିଲଟନ ଓ ୱିଲିଂଟନରେ ଜିତିଥିଲା । ତେବେ ଶେଷ ୨ଟି ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରରେ ଫଇସଲା ବାହାରିଥିଲା । ସୁପର ଓଭରରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ କମାଲ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ।

ତେବେ ଅନ୍ତିମ ଟି-୨୦କୁ ବିଜୟ ହାସଲ କରି ବିରାଟ ବାହିନୀ ନ୍ୟୁଜିଲାଣ୍ଡକୁ କ୍ଲିନ ସୁଇପ କରିବା ଲକ୍ଷ୍ୟ ରଖିଥିବା ବେଳେ କ୍ୱିୱି ଟିମ୍ ଆତ୍ମସମ୍ମାନ ପାଇଁ ଏହି ମ୍ୟାଚ୍ ଜିତିବାକୁ ଚାହିଁବ ।

Leave a Reply