ମହିଳାଙ୍କ ଜୀବନ ନେଇଗଲା ଗୋଟିଏ ବିସ୍କୁଟ

ନନ୍ଦିଘୋଷ ବ୍ୟୁରୋ: ଚା’ ସାଙ୍ଗରେ ଦୁଇ ଚାରିଟା ବିସ୍କୁଟ ହୋଇଗଲେ ସକାଳଟା ଜମିଯାଏ । ଆମ ଦେଶରେ ପ୍ରାୟ ସବୁ ଲୋକଙ୍କ ପ୍ରଥମ ପସନ୍ଦ ଚା’ ସହ ବିସ୍କୁଟ । କିନ୍ତୁ ଆପଣ କେବେ ଭାବିଛନ୍ତି କି? ଏହି ଚା’ ଏବଂ ବିସ୍କୁଟ ଯେ, କାହା ଜୀବନ ନେଇପାରେ । କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କ ସହ ଏପରି କିଛି ଘଟିଲା ଯେ, ଆପଣ ବି ଜାଣିଲେ ଚକିତ ହୋଇଯିବେ ।

ନ୍ୟୁର୍ୟକର ଜଣେ ମହିଳା ଚା’ ବିସ୍କୁଟ ଖାଇ କୋମାକୁ ଚାଲିଯାଇଛନ୍ତି । ତାଙ୍କର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଲା । ଶେଷରେ ତାଙ୍କୁ ଜୀବନ ହାରିବାକୁ ପଡ଼ିଲା । ମହିଳା ଜଣଙ୍କର ବୟସ ୨୫ ବର୍ଷ । ତାଙ୍କ ନାଁ ହେଉଛି ଓର୍ଲା ବେକ୍ସିନଡେଲ୍ । ଓର୍ଲାଙ୍କୁ ବିସ୍କୁଟ ବହୁତ ପସନ୍ଦ ଥିବାରୁ ସବୁବେଳେ ସେ ଚା’ ସହ ବିସ୍କୁଟ ଖାଉଥିଲେ । ବିସ୍କୁଟ ଖାଇ ଖାଇ ଦିନେ ତାଙ୍କ ଦେହ ଖରାପ ହୋଇଗଲା । କିଛି ଦିନ ମେଡିକାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଗଲା । ମୃତ୍ୟୁର କାରଣ ଜାଣିଲା ପରେ ଚକିତ ହୋଇଯାଇଥିଲେ । ବିସ୍କୁଟରେ ବାଦାମ ପଡ଼ିଥିଲା । ମହିଳାଙ୍କର ବାଦାମରେ ଆଲର୍ଜି ଥିବାରୁ ତାଙ୍କର ଦେହ ଖରାପ ହୋଇଥିଲା ।

ଡାକ୍ତରଙ୍କ କହିବା ଅନୁସାରେ ଏହାକୁ ଖାଇବା ପରେ ତାଙ୍କ ଶରୀରରେ ଗଭୀର ରିଆକ୍ସନ ହୋଇଥିଲା ଆଉ ସିଏ କୋମାକୁ ଚାଲିଯାଇଥିଲେ । ତାଙ୍କୁ ବାଦାମ ପ୍ରତି ଆଲର୍ଜି ଥିଲା ବୋଲି ସେ ଜାଣି ନଥିଲେ ।