ଆର୍ଯ୍ୟ ସମାଜ ପକ୍ଷରୁ ଭଦ୍ରକରେ ନବବର୍ଷ ପାଳିତ

ଭଦ୍ରକ: ଚୈତ୍ର ଶୁକ୍ଳ ପ୍ରତିପଦା ଜାତୀୟ ନବବର୍ଷ । ଏହି ଦିନ ସୃଷ୍ଟି ରଚନା ଆରମ୍ଭ ହୋଇଥିଲା ବୋଲି ବେଦାନୁକପଳ ଶାସ୍ତ୍ରରେ ପ୍ରମାଣ ଅଛି । ଆମେ ମହାପୁରୁଷଙ୍କ ନାମରେ ବର୍ଷ ପ୍ରଚଳନ କରିଥିଲେ ବି ସୃଷ୍ଟିର ଆଦ୍ୟ ଦିବସର ମହତ୍ତ୍ବକୁ ଉପଲବ୍ଧି କରିବା ଉଚିତ ବୋଲି ଆର୍ଯ୍ୟ ସମାଜ, ଭଦ୍ରକ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବକ୍ତାମାନେ ମତପୋଷଣ କରିଥିଲେ । ବେଦ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସ୍ତମ୍ବକାର ଅଭୟ ଦ୍ବିବେଦୀ ଆର୍ଯ୍ୟ ସମାଜ ପ୍ରତିଷ୍ଠାର ଉଦ୍ଦେଶ୍ୟ ଓ ସ୍ବାଧୀନତା ପାଇଁ ଆର୍ଯ୍ୟ ସମାଜର ଦାନ ସହ ଜାତୀୟ ନବବର୍ଷ ବିଷୟରେ ଆଲୋକପାତ କରିଥିଲେ । ଆର୍ଯ୍ୟ ସମାଜର ସମ୍ପାଦକ ଲକ୍ଷ୍ମୀଧର ପଣ୍ଡା ଦିବସର ମହତ୍ତ୍ୱ ପ୍ରକାଶ କରିଥିଲେ ଓ ସଭାପତି ସୁଶୀଳାରାଣୀ ଗୁପ୍ତା ସ୍ବାଗତ ଭାଷଣ ଦେଇଥିଲେ । ସଭା ପୂର୍ବରୁ ବିଶିଷ୍ଟ ଅତିଥି ସମାଜସେବୀ, ସହିଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର ସମାଜ ପାଇଁ ଏକ ନୂତନ ଭବ୍ୟ ଯଜ୍ଞଶାଳା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ସମାଜର ସଦସ୍ୟ ଜୀତେନ୍ଦ୍ର ଲେଙ୍କା, ଓମ୍ ପ୍ରକାଶ ସେନାପତି, ପ୍ରିନସ୍ ପ୍ରୀତମ ଲେଙ୍କା, ବୈଦିକ ଭଜନ ପରିବେଷଣ କରିଥିଲେ ଓ ସମିଧା ନାୟକ, ଆର୍ଯ୍ୟ କୁମାର ଦେବଦତ୍ତ ଆର୍ଯ୍ୟ ସମାଜର ୧୦ ନିୟମ ଓ ବିନୟ ପ୍ରାର୍ଥନା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହ ସମ୍ପାଦକ ରବି ନାରାୟଣ ଲେଙ୍କାଙ୍କ ତତ୍ତ୍ବାବଧାନରେ ନନ୍ଦ କିଶୋର ସାହୁ, କାଶୀନାଥ ସାହୁ, ରାଜକିଶୋର ସାହୁ ଆଦି ପରିଚାଳନା କରିଥିଲେ । ଉକ୍ତ ସଭାରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନସାଧାରଣ ଯୋଗଦାନ କରିଥିଲେ ।

Leave a Reply