spot_img

Latest Posts

ଅଗଷ୍ଟରୁ ଦେଶରେ ଗଡ଼ିବ ଇଥାନଲରେ ଚଳାଚଳ କରୁଥିବା ଯାନବାହନ: ନିତିନ ଗଡକାରୀ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରୁ ଦେଶରେ ଶତ ପ୍ରତିଶତ ଇଥାନଲରେ ଚାଲିବ ଗାଡ଼ି । ଲିଟର ପିଛା ୬୬ଟଙ୍କା ପଡୁଥିବା ଏହି ଇନ୍ଧନରେ ଯାନ ବାହାନ ଚାଲିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକାରୀ କହିଛନ୍ତି । ଇଥାନଲ୍ ଚାଳିତ ଯାନ ଦ୍ବାରା ଦେଶରେ ଏକ ବୈପ୍ଳବିକ ପଦକ୍ଷେପ ହେବ, ଯାହା ପ୍ରଦୂଷଣମୁକ୍ତ ହେବ । ଏହାର ମୂଲ୍ୟ ଲିଟର ପିଛାପ୍ରାୟ ୬୬ ଟଙ୍କା ପାଖାପାଖି ରହିଛି ।

ବର୍ତ୍ତମାନ ବଜାରରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ପ୍ରାୟ ୧୦୮ ଟଙ୍କା ଉପରେ ରହିଛି। ଯଦି ଏହା ହୁଏ ତେବେ ଖୁବ୍‌ଶୀଘ୍ର ଦୁଇଚକିଆ ଯାନ ଏବଂ କାର ଭାରତୀୟ ରାସ୍ତାରେ ଶସ୍ତା ଇନ୍ଧନରେ ଚାଲୁଥିବାର ଦେଖିବାକୁ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଅଗଷ୍ଟରେ ଶତ ପ୍ରତିଶତ ଇଥାନଲ ଦ୍ବାରା ପରିଚାଳିତ ଯାନର ଶୁଭାରମ୍ଭ କରାଯିବ । ପେଟ୍ରୋଲର ବିକଳ୍ପ ଭାବେ ଏହା ବ୍ୟବହାର କରାଯିବ । ଏହାଦ୍ବାରା ବାୟୁ ପ୍ରଦୁଷଣ ମଧ୍ୟ ରୋକାଯାଇପାରିବ ।ବଜାଜ, ଟିଭିଏସ୍ ଏବଂ ହିରୋ ମାେଟରସାଇକେଲ ଶତ ପ୍ରତିଶତ ଇଥାନଲର ଯାନ ନିର୍ମାଣ କରିଛନ୍ତି ।

Latest Posts

Don't Miss