ଗୁରୁଚରଣ ସିଂ ନିଖୋଜକୁ ବିତିଲାଣି ୧୧ ଦିନ, ସାମନାକୁ ଆସିଲା ବଡ ସତ

1 min read

ମୁମ୍ବାଇ: ଟିଭି ଜଗତର ଲୋକପ୍ରିୟ ଟେଲିଭିଜନ ସିରିଏଲ ‘ତାରକ ମେହେଟା କା ଓଲଟା ଚଷମା’ର ଲୋକପ୍ରିୟ ଅଭିନେତା ଗୁରୁଚରଣ ସିଂ ଗତ ୧୧ ଦିନ ଧରି ନିଖୋଜ ଅଛନ୍ତି  । ‘ରୋଶନ ସିଂ ସୋଡି’ ଚରିତ୍ରରେ ନଜର ଆସୁଥିବା ଗୁରୁଚରଣ ସିଂ ଦିଲ୍ଲୀରୁ ନିଖୋଜ ହୋଇଯାଇଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଛି।

ଦିଲ୍ଲୀ ପୋଲିସର ଏକ ଟିମ୍ ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଛି  । ଖୁବ୍ ଶୀଘ୍ର ମୁମ୍ବାଇ ପୋଲିସ୍ ସହିତ ଦିଲ୍ଲୀ ପୋଲିସର ଏହି ଟିମ୍ ଗୁରୁଚରଣ ସିଂଙ୍କ ବନ୍ଧୁ ତଥା ‘ତାରକ ମେହେଟା କା ଓଲଟା ଚଷମା’ର ଷ୍ଟାର କାଷ୍ଟଙ୍କୁ ପଚରାଉଚରା କରିବ ।

 

ସର୍ବପ୍ରଥମେ ପୋଲିସ ଟିମ୍ ମୁମ୍ବାଇର ମଲାଡସ୍ଥିତ ଗୁରୁଚରଣଙ୍କ ଘରକୁ ଯାଇ ତଦନ୍ତ କରିବେ  । ଅଭିନେତାଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ପଚରା ଉଚୁରା କରାଯିବ  । ଏହି ସମୟ ମଧ୍ୟରେ ଭକ୍ତ ସୋନିଙ୍କୁ ମଧ୍ୟ ପଚରାଉଚରା କରାଯିବ। ଅଭିନେତାଙ୍କ ଫୋନକୁ ତଦନ୍ତ ପରିସରଭୁକ୍ତ କରାଯାଉଛି।

ଗତ ୨ରୁ ୩ ମାସ ମଧ୍ୟରେ ଗୁରୁଚରଣ ସିଂ ‘ ତାରକ ମେହେଟା କା ଓଲଟା ଚଷମା‘   କାଷ୍ଟର କାହାରି ସହ କୌଣସି ଯୋଗାଯୋଗରେ ନଥିଲେ। ଜଣେ ଅଭିନେତା ନିଜ ଗାଁ ଗୋପନ ରଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି  । ତାଙ୍କ କହିବାନୁସାରେ, ଏହି ଦୁଇ-ତିନି ମାସ ମଧ୍ୟରେ ଯେତେବେଳେ ଟିଭି ସୋର ଟିମ୍‌ ଗୁରୁଚରଣଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି, ତାଙ୍କ ଫୋନ୍ କେହି ଉଠାନ୍ତି ନାହିଁ । ନା ଗୁରୁଚରଣ ସେମାନଙ୍କୁ କଲବ୍ୟାକ୍ କରିଥାଆନ୍ତି  ।