ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ୍: ସିସିଟିଭିରୁ ଜଣାପଡ଼ିଲା ସତ

ଦିଗପହଣ୍ଡି: ଘରେ ଭିତରେ ପଶି ଝିଅଙ୍କୁ ଉଠାଇନେଲେ ଯୁବକ । ଯୁବତୀଙ୍କୁ ବାଇକ୍‌ରେ ବସାଇ ଚମ୍ପଟ ମାରିଲେ । ଘର ଲୋକଙ୍କ ଉପସ୍ଥିତିରେ ଏଭଳି କରିଥିଲେ ୨ ଯୁବକ । ଚେଷ୍ଟା ସତ୍ତ୍ୱେ ସେମାନଙ୍କୁ ଅଟକାଇପାରିନଥିଲେ ପରିବାର ଲୋକେ । ପରେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଅପହରଣ ଅଭିଯୋଗ ହୋଇଥିଲା । ତେବେ ଯୁବତୀଙ୍କୁ ନେଇ ଯିବା ବେଳର ସିସିଟିଭି ଫୁଟେଜ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲିଛି । ଯାହା ଅପହରଣ ଅଭିଯୋଗରେ ଆଣିଛି ନୂଆ ଟ୍ୱିଷ୍ଟ । ଭିଡିଓରେ ଯୁବତୀ ଜଣଙ୍କ ନିଜ ଇଚ୍ଛାରେ ଯୁବକଙ୍କ ସହ ବାଇକ୍‌ରେ ବସି ଫେରାର ହେଉଥିବା ଦେଖିବାକୁ ମିଳିଛି । ଉଭୟ ଯୁବକ ଓ ଯୁବତୀ ଘରୁ ବାହାରକୁ ଦୌଡ଼ି  ଆସି ଗାଡ଼ିରେ ବସି ଚମ୍ପଟ ମାରିଥିଲେ । ଏଯାଏଁ ଯୁବକ ଓ ଯୁବତୀଙ୍କ କୌଣସି ପତ୍ତା ମିଳିନି । ଏବଂ ଅପରହଣ କରାଯାଇଥିବା ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ଉପରୁ ମଧ୍ୟ ପରଦା ହଟିଛି ।

Leave a Reply