ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼: ଦୁଇଜଣଙ୍କୁ ବାପା ହତ୍ୟା କରିଥିବା ଅଭିଯୋଗ ଆଣିଲେ ଆଈ
1 min read
ନୟାଗଡ଼: ନୟାଗଡ଼ର ଫତେଗଡ଼ରେ ଘଟିଥିବା ଦୁଇ ନାବାଳକଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ବାପାଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ନେଇ ପ୍ରଥମରୁ କୁହାଯାଇଥିଲା । ମାତ୍ର ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ । ଦୁଇ ନାବାଳକଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସେମାନଙ୍କର ଆଈ କହିଛନ୍ତି । ପିଲାମାନଙ୍କୁ ତାଙ୍କ ବାପା ତଡ଼ି ଦେଇଥିବା ମାମୁଁଙ୍କୁ ଆଗରେ କହିଥିଲେ । ଘରକୁ କୁଣିଆ ଆସିବେ ବୋଲି ବାପା କହିଥିଲେ । ସାନ ପୁଅ ଘରେ ଥିବା ବେଳେ ବଡ଼ ପୁଅ ଖେଳ ପଡ଼ିଆକୁ ଯାଇଥିଲେ । ପିଇସା-ପିଉସୀ, ଜେଜେ ମା, ବାପା ସମସ୍ତେ ମିଶି ଦୁଇ ନାବାଳକଙ୍କୁ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ଆଈ ।
ଏହି ମୃତ୍ୟୁ ଘଟଣାକୁ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୯ମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟ ଜଣେ ଚତର୍ଥରେ ପଢ଼ୁଥିଲେ । ଘଟଣାର ଏବେ ତଦନ୍ତ ଚାଲିଛି, ତଦନ୍ତ ସରିଲେ ସବୁ ସ୍ପଷ୍ଟ ହେବ । ସାଇଣ୍ଟିଫିକ୍ ପରୀକ୍ଷା ଓ ଶବବ୍ୟବଚ୍ଛେଦ ହେବା ପରେ ସବୁ ଜଣାପଡ଼ିବ । ବାପାଙ୍କ ଉପରେ ଲୋକଙ୍କର ସନ୍ଦେହ ରହିଛି । ସେଥିପାଇଁ ବାପାଙ୍କୁ ଅଟକ ରଖାଯାଇଛି । ସୂଚନାଯୋଗ୍ୟ ଯେ, ୩ ବର୍ଷ ତଳେ ଦୁଇ ନାବାଳକଙ୍କ ମା’ଙ୍କର ବିୟୋଗ ଘଟିଥିଲା । ବାପା ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଦେଖିବାରୁ ଦୁଇ ନାବାଳକ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ପୋଲିସ ଦୁଇଜଣଙ୍କ ଶବକୁ ଜବତ କରିଥିଲା । ଜଣଙ୍କର ବୟସ ୧୪ ଓ ଅନ୍ୟ ଜଣଙ୍କର ବୟସର ୧୧ ବର୍ଷ ।