spot_img

Latest Posts

ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା: ପୁରୁଣା ଭିଡିଓ ଆଣିଲା ନୂଆ ଟ୍ୱିଷ୍ଟ୍

ଭୁବନେଶ୍ୱର: ମହିଳା ଦିବସର ଦୁଇଦିନ ପରେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ। ରାଜଧାନୀରେ ଚାଞ୍ଚଲ୍ୟ । ସିସିଟିଭିରେ କଏଦ ଛାତିଥରା ଦୃଶ୍ୟ ଏବେ ରାଜଧାନୀକୁ ଥରାଇ ଦେଇଛି। ମହିଳାଙ୍କ ଅଭିଯୋଗ ପରେ କମିଶନରେଟ୍‌ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

ପ୍ରଥମ ଦଫାରେ ଦୁଇ ଆକ୍ରମଣକାରୀଙ୍କୁ ଉଠାଇ ଆଣିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଇ ଆରମ୍ଭ କରିଛି। ସେପଟେ ତିନିମାସ ତଳର ଏକ ଭିଡିଓ, ଯେଉଁଥିରେ ମହିଳା ଜଣଙ୍କ ଆକ୍ରମଣ କରୁଥିବାର ଦୃଶ୍ୟ ରହିଛି ତାହା ଏବେ ପୂରା ଘଟଣାରେ ଟୁଇଷ୍ଟ୍ ଆଣିଛି ।

 

ହୋଲି ଦିନ ମହିଳାଙ୍କୁ ୧୦ରୁ ଅଧିକ ଯୁବକ ତଳେ ପକାଇ ମାଡ଼ ମାରିଥିଲେ । ସିସିଟିଭିରେ କଏଦ ହୋଇଥିଲା ଏ ସମ୍ବେଦନଶୀଳ ଦୃଶ୍ୟ। ଅଭିଯୋଗ ଅନୁସାରେ ଏକ ଘରୋଇ ୟୁଥ୍‌ କ୍ଳବ୍‌ର ସଦସ୍ୟ ଏହି ଆକ୍ରମଣ ପଛରେ ଅଛନ୍ତି । ମଙ୍ଗଳବାର ଦିନ ହୋଲି ହଙ୍ଗାମା ଭିତରେ ମହିଳାଙ୍କ ଘର ଉପରକୁ ଟେକା ପଥର ମାଡ଼ ହୋଇଥିଲା। ଆଉ ବିରୋଧ କରିବାରୁ ତାଙ୍କ ଉପରେ ହୋଇଥିଲା ଆକ୍ରମଣ ।

ସିସିଟିଭି ଫୁଟେଜ୍‌କୁ ଆଧାର କରି ଅଭିଯ଼ୁକ୍ତଙ୍କୁ ଚିହ୍ନଟ କରିଛି ଲିଙ୍ଗରାଜ ଥାନା ପୋଲିସ୍‌। ବର୍ତ୍ତମାନ ସୁଦ୍ଧା ଦୁଇ ଆକ୍ରମୃଣାକାରୀଙ୍କୁ ଉଠାଇ ଆଣିଥିବା ବେଳେ ବିଭିନ୍ନ ସ୍ଥାନରେ ଜାରି ରଖିଛି ଚଢ଼ାଉ। ଜମିଜମା ବିବାଦକୁ ନେଇ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

କିନ୍ତୁ ଏବେ ତିନି ମାସ ତଳର ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ମହିଳା ଜଣଙ୍କ ଦେଖାଉଛନ୍ତି ଦବଙ୍ଗଗିରି। ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ପୁରା ଘଟଣାକ୍ରମକୁ ଗୋଳମାଳିଆ କରିଦେଇଛି  ।

Latest Posts

Don't Miss