ଆର୍ଯ୍ୟନ ଖାନ ଗିରଫଦାରୀ ମାମଲା: NCB ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦିଆଯିବା ନେଇ ଅଭିଯୋଗ

1 min read

ମୁମ୍ବାଇ: ଆର୍ଯ୍ୟନ ଖାନ ଗିରଫଦାରୀ ମାମଲାରେ ଟ୍ବିଷ୍ଟ । ଡ୍ରଗସ ପାର୍ଟିରେ ରେଡ ଘଟଣାରେ ଜଣେ ସାକ୍ଷୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ ଓ ଆର୍ଯ୍ୟନଙ୍କ ସହ ସେଲଫି ଉଠାଇଥିବା କେ.ପି. ଗୋସାଭିଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ସାକ୍ଷୀ ଜଣକ ବୟାନ ଦେଇଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ୍ବାଙ୍ଖଡେ । ଏକ ସତ୍ୟପାଠରେ ପ୍ରଭାକର ସାଇଲ କହିଛନ୍ତି- କେ.ପି. ଗୋସାଭି ଓ ସାମ ଡି ସୌଜା ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ୧୮ କୋଟି ଟଙ୍କା ଦେବାନେବା କଥା ସେ ଶୁଣିଛନ୍ତି ।

ଏହା ସହ ଏହି ଟଙ୍କାରୁ ୮ କୋଟି ଟଙ୍କା ସମୀର ଓ୍ବାଙ୍ଖଡେଙ୍କୁ ଦିଆଯିବା ନେଇ ବାର୍ତ୍ତାଳାପ ହୋଇଥିଲା ବୋଲି ସେ କହିଛନ୍ତି । ଏପରିକି ସେ ଏହି ଟଙ୍କା ଗୋସାଭିଙ୍କଠାରୁ ପାଇଥିଲେ ଏବଂ ସୌଜାଙ୍କୁ ଦେଇଥିଲେ ବୋଲି ସାକ୍ଷୀ ଜଣକ କହିଛନ୍ତି । ଗତ ଅକ୍ଟୋବର ୨ ତାରିଖରେ ହୋଇଥିବା ରେଭ ପାର୍ଟି ରେଡ ଘଟଣାରେ କିଛି ସାକ୍ଷୀଙ୍କ ବୟାନ ନେଇଥିଲା ଏନସିବି । ତେବେ ସାକ୍ଷୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ୍ବାଙ୍ଖଡେ । ଠିକ୍ ସମୟରେ ଏହାର ଉଚିତ ଜବାବ ଦେବେ ବୋଲି ଓ୍ବାଙ୍ଖଡେ କହିଛନ୍ତି ।

Leave a Reply