ମାର୍ଚ୍ଚ ୧ ଯାଏଁ ଟ୍ରାଫିକ୍ ଯାଞ୍ଚ କୋହଳ, କିନ୍ତୁ ଡିସେମ୍ବର ୧ରୁ ଜାରିହେବ ଏ ସବୁ ଚେକିଂ

1 min read

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ସାରା ରାଜ୍ୟରେ ନୂଆ ମୋଟରଯାନ ନିୟମ ଲାଗୁ ହେବାର ଥିଲା । ଏଥିପାଇଁ ଆରଟିଓ ଅଫିସ ଗୁଡିକରେ ଭିଡ଼ କହିଲେ ନସରେ । ସକାଳ ୬ଟାରୁ ଲୋକେ ଲାଇନରେ ଠିଆ ହେଉଥିଲେ । କିଏ ଟଙ୍କା ଡିପୋଜିଟ୍ ପାଇଁ ଧାଡ଼ିରେ ଠିଆ ହେଉଥିଲା ତ ଆଉ କିଏ ଫଟୋ ଉଠାଇବାକୁ । ସରକାରୀ ତଥ୍ୟ ଅନୁସାରେ ୧୦ ଲକ୍ଷ ଲୋକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକଙ୍କୁ ଲାଇସେନ୍ସ ଦିଆସରିଛି । ଏବେ କଥାହେଲା, ସବୁଥିରୁ ଆପଣଙ୍କୁ ଚେକିଂରୁ ତ୍ରାହି ମିଳିବ ନାହିଁ । ଗାଡ଼ିର କାଗଜପତ୍ର ପ୍ରସ୍ତୁତି ପାଇଁ ମାର୍ଚ୍ଚ ୧ ଯାଏଁ ଡେଡଲାଇନ୍ ବଢ଼ାଯାଇଥିବା ବେଳେ, ଡିସେମ୍ବର ୧ରୁ କିଛି ଯାଞ୍ଚ ମଧ୍ୟ ଆରମ୍ଭ ହେବ । କଣ କଣ ଯାଞ୍ଚ ହେବ । ଆପଣ କଣ କଲେ ଫସିବେ ଏବଂ କଣ କଲେ ଖସିବେ ତାର ବିସ୍ତୃତ ବିବରଣୀ ତଳେ ଦିଆଗଲା ।

କଣ କଲେ ଫସିବେ ?

୧. ହେଲମେଟ୍ ଓ ସିଟବେଲ୍ଟ ନପିନ୍ଧି ଗାଡ଼ି ଚଳାଉଥିଲେ ଫସିବେ ।

୨. ମଦପିଇ ଗାଡ଼ି ଚଳାଇଲେ ଫସିବା ଥୟ  ।

୩. ଦୁଇ ଜଣ ବଦଳରେ ଟୁ ହୁଇଲରରେ ୩ ଜଣ ବସିଲେ ଫସିବେ ।

୪.ଟ୍ରାଫିକରେ ଥିବା ରେଡ୍ ଲାଇଟ୍ ଅତିକ୍ରମ କଲେ ଫସିବେ ।

୫. ଆବଶ୍ୟକତା ଠାରୁ ଓଭର ଲୋଡିଂ ନେଉଥିଲେ ଫସିବେ ।

୬. ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିଲେ ଫସିବେ ।

୭. ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନଥିଲେ ଫସିବେ ।

୮. ମୋବାଇଲରେ କଥା ହୋଇ ହୋଇ ଗାଡ଼ି ଚଳାଉଥିଲେ ଫସିବେ ।

୯. ଦୃତ ଗତିରେ କିମ୍ୱା ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିଲେ ଫସିବେ

୧୦. ଟ୍ରାଫିକରେ ବିଶୃଙ୍ଖଳା କଲେ ଚେକ୍ ହେବ ଗାଡ଼ିର କାଗଜପତ୍ର ଓ ଫସିବା ଥୟ ।

ତେଣୁ ଗାଡ଼ି ଚାଳନା ସମୟରେ ଏ ସବୁ ଦିଗପ୍ରତି ଦୃଷ୍ଟିଦେବା ଦରକାର । ଗାଡିର କାଗଜପତ୍ରକୁ ତୁରନ୍ତ ଠିକ୍ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଯେଉଁମାନେ କରିନାହାନ୍ତି ସେମାନେ ଏହି ସମୟ ମଧ୍ୟରେ କରାଇନେବା ଉଚିତ୍ ।

https://nandighoshatv.comnew-traffic-rules-to-be-implemented-after-4-days/

କଣ କଲେ ଖସିବେ ?

୧. ଗାଡ଼ି ଚଳାଇବା ବେଳେ ସିଟବେଲ୍ଟ ଓ ହେଲମେଟ୍ ପିନ୍ଧନ୍ତୁ

୨. ମଦପିଇ ଗାଡ଼ି ଚଳାଇବେ ନାହିଁ  ।

୩. ଦୁଇ ଜଣ ବଦଳରେ ଟୁ ହୁଇଲରରେ ୩ ଜଣ ବସିବେ ନାହିଁ ।

୪.ଟ୍ରାଫିକରେ ଥିବା ରେଡ୍ ଲାଇଟ୍ ଜଳୁଥିବା ବେଳେ ଟ୍ରାଫିକ୍ ଅତିକ୍ରମ କରିବେ ନାହିଁ ।

୫. ଆବଶ୍ୟକତା ଠାରୁ ଓଭର ଲୋଡିଂ ନେବେ ନାହିଁ ।

୬. ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବେ ନାହିଁ ।

https://nandighoshatv.comone-year-of-dl-expiry-to-be-fresh-driving-test/

୭. ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନିଜ ପାଖରେ କିମ୍ୱା ଡିଜି ଲକରରେ ରଖିବେ ।

୮. ମୋବାଇଲରେ କଥା ହୋଇ ହୋଇ ଗାଡ଼ି ଚଳାଇବେ ନାହିଁ ।

୯. ଦୃତ ଗତିରେ କିମ୍ୱା ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବେ ନାହିଁ ।

୧୦. ଟ୍ରାଫିକରେ ବିଶୃଙ୍ଖଳା କରିବେ ନାହିଁ । ଗାଡ଼ିର କାଗଜପତ୍ର ସାଙ୍ଗରେ ରଖିବେ ।

Leave a Reply