ଆସିଗଲା ଟିକ୍ଟକ୍ ସ୍ପେଶାଲ ସ୍ମାର୍ଟଫୋନ୍
1 min readଟିକ୍ ଟକ୍ ଆପ୍ ପରେ ଏବେ ଲୋକଙ୍କ ମୁଣ୍ଡ ଖରାପ କରିବାକୁ ଆସୁଛି ଟିକଟକ୍ ଫୋନ୍ । ଆମେ ମୁଣ୍ଡ ଖରାପ ଶବ୍ଦ ଏଇଥିପାଇଁ ବ୍ୟବହାର କରୁଛୁ କି ଲୋକେ ଏମିତି ଟିକଟକ୍ ମୋହରେ ପଡ଼ିଲେ ଯେ ଟିକଟକ୍ ଭିଡିଓ ସୁଟ୍ ପାଇଁ ସ୍ଥାନ, କାଳ, ପାତ୍ର ଭୁଲିଗଲେ ।
ସୋସିଆଲ ମିଡ଼ିଆରେ ସବୁଠୁ ହାଇ ରେଟିଂ ଆପ୍ ହେଉଛି ଟିକଟକ୍ । ଯାହା ପ୍ରେମରେ ପିଲାଠୁ ବୁଢା ସମସ୍ତେ ବାୟା । ଟିକଟକ୍ ଏବେ ଫେସବୁକର ବଡ଼ ଶତ୍ରୁ ବନିଯାଇଛି ବୋଲି କୁହାଯାଉଛି । ଏହି ଆପଟି ଚାଇନିଜ୍ ଇଣ୍ଟରନେଟ୍ କମ୍ପାନି ByteDance ତିଆରି କରିଥିଲା । ଏହାର ଲୋକପ୍ରିୟତାକୁ ନଜରରେ ରଖି କମ୍ପାନି ଏବେ ନୂଆ ସ୍ମାର୍ଟ ଫୋନ୍ ଲଞ୍ଚ କରିଛି । ସ୍ମାର୍ଟିସାନ ବ୍ରାଣ୍ଡ ଅଣ୍ଡରରେ ଏହି ସ୍ମାର୍ଟଫୋନଟି ଲଞ୍ଚ କରାଯାଇଛି । ଏହି ସ୍ମାର୍ଟଫୋନର ନାଁ Smartisan Jianguo Pro 3 ରହିଛି ।
ଖୁବ ଶୀଘ୍ର ମାର୍କେଟରେ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେବାକୁ ଯାଉଛି । ଏହାର ଫିଚର ଆଣ୍ଡ୍ରୋଏଡ୍ ଫୋନଠୁ ଟିକେ ଅଧିକ ରହିଛି । ଏହାର ଡିସପ୍ଲେ ୬.୫ ଇଞ୍ଚର ରହିଛି । ଏବଂ ଏଥିରେ ୪ଟି କ୍ୟାମେରା ରହିଛି ଏବଂ ୪୦୦୦MAHର ବ୍ୟାଟେରି ବ୍ୟାକଅପ ସହ ୧୮ୱାଟର ଫାଷ୍ଟ ଚାର୍ଜିଂ ସୁବିଧା ମଧ୍ୟ ରହିଛି । ଗୋଟିଏ ମଡେଲରେ 8 GB RAM ଥାଇ 128 GB ମେମୋରି ଆଉ ଅନ୍ୟ ଅନ୍ୟ ମଡେଲରେ 256 GB ମେମୋରି ରହିଛି । ଅନ୍ୟ ଏକ ମଡେଲରେ 12 GB RAM ଥାଇ 256 GB ମେମୋରି ରହିଛି । କିନ୍ତୁ ଏହାର ଦର ଟିକେ ଅଧିକ ମାନେ ୨୯୦୦୦ରୁ ଆରମ୍ଭ ।
ଟିକଟକକୁ ନେଇ ପୂର୍ବରୁ ଭାରତରେ ବିବାଦୀୟ ସ୍ଥିତି ଉପୁଜୁଥିବା ଆପଣମାନେ ଜାଣିଛନ୍ତି । ତେଣୁ ଏହା ଭାରତ ବଜାରରେ ଉପଲବ୍ଧ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ')}