spot_img

Latest Posts

ଦୁଇ ବର୍ଷ ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ

ଭୁବନେଶ୍ବର: ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ। ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ ସେ କହିଛନ୍ତି- ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ।

ଦୁଇ ବର୍ଷ ମଧ୍ୟରେ ନୂଆ ଟର୍ମିନାଲ ନିର୍ମାଣ ହେବାକୁ ଯୋଜନା କରାଯାଇଛି। ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ଏକ ମାସ ଭିତରେ ଶେଷ କରାଯିବ। ଅନ୍ୟ ଯେଉଁ ଛୋଟ ଛୋଟ କାର୍ଯ୍ୟ ଚାଲିଛି ତାହା ମଧ୍ୟ ଶେଷ ହେବ। ଆଗାମୀ ୧୦ ରୁ ୨୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ନୂଆ ଟର୍ମିନାଲ ବନାଇବା ସହ ଡୋମେଷ୍ଟିକ, ଇଣ୍ଟରନ୍ୟାସନାଲ ପାସେଞ୍ଜରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଓଡ଼ିଶାର ଝାରସୁଗୁଡ଼ାରେ ଏୟାରପୋର୍ଟ ଅଛି।

ଗତ ଦଶ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ। ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳିସାରିଛି। ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବ।

Latest Posts

Don't Miss