କରୋନାର ନୂଆ ଷ୍ଟ୍ରେନ୍: ରାଜ୍ୟରେ ୭ ବ୍ରିଟେନ ଫେରନ୍ତା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର: ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ । ସେଥିରୁ ୧୭୯ ଜଣଙ୍କୁ ଚିହ୍ନଟ ସରିଛି । ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ମୋଟ ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ୨୦୪ ଜଣଙ୍କର ଆରଟିପିସିଆର ଟେଷ୍ଟ ହୋଇଛି । ପରୀକ୍ଷାରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ପଜିଟିଭ୍ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।
୬ ଜଣଙ୍କର ଜିନମ ପରୀକ୍ଷଣ ପାଇଁ ଲ୍ୟାବ ଯାଇଛି । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ରାଜ୍ୟର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି । ଏହାସହ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।
ସେପଟେ ରାଜଧାନୀରେ ମୋଟ ୩ଜଣଙ୍କ ବ୍ୟତୀତ ଆଉ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇନାହାନ୍ତି ବୋଲି କହିଛନ୍ତି ବିଏମସି କମିଶନର । ଏହାସହ ରାଜଧାନୀରୁ ୬୨ ଜଣ ଫେରିଥିବା ତଥ୍ୟ ମିଳିଥିବା ବେଳେ ସେଥିରୁ ୨ ଜଣ ଦିଲ୍ଲୀରେ ରହୁଛନ୍ତି । ତେଣୁ ୬୦ ଜଣଙ୍କ ମଧ୍ୟରୁ ୫୮ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ବାକି ୨ଜଣଙ୍କୁ ଟ୍ରେସିଂ କରାଯାଉଛି।