କଟକରେ କରୋନା କଣ୍ଟ୍ରୋଲ ନେଇ ବୈଠକ,କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ

New SOP Introduced For Safe Treatment Of Patients At AHRC & Sishu Bhawan In Cuttack

କଟକ: କିଛିଦିନ ହେବ କଟକରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପ୍ରଶାସନର ନିଦ ହଜାଇଥିଲା । ଏବଂ ସଂକ୍ରମଣର ହଟସ୍ପଟ ପାଲଟିଥିଲା ମେଡ଼ିକାଲ ପରିସର । ଲଗାତାର ଭାବେ ଆଚାର୍ଯ୍ୟ ହରିହର କ୍ୟାନ୍ସର କେନ୍ଦ୍ରରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଥିଲେ । ଏହାପରେ ଏସିବି ମେଡ଼ିକାଲ ଏବଂ ଶିଶୁଭବନ ବି ଏଥିରୁ ବର୍ତ୍ତି ପାରିନଥିଲା । ଏବଂ ଏହାକୁ ଦୃଷ୍ଟି ରଖି ଆଜି କଟକରେ ବସିଥିଲା ଉଚ୍ଚସ୍ଥରୀୟ ବୈଠକ ।

କଟକ ଏସିସିବି , କର୍କଟ ଚିକିତ୍ସା  କେନ୍ଦ୍ର ଓ ଶିଶୁ ଭବନରେ ସ୍ୱାସ୍ଥ୍ୟସେବା ପାଇଁ ନୂଆ ଏସଓପି ଲାଗୁ ହୋଇଛି । ସୁରକ୍ଷିତ ରୋଗୀ ସେବା ଉପରେ ଦିଆଯାଇଛି ଗୁରୁତ୍ୱ । ଜିଲ୍ଲାରେ କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ କର୍ଯ୍ୟାଳୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜିଲ୍ଲା ଓ ସହରରେ କଣ୍ଟାକ୍ଟ ଟ୍ରେସିଂ ଏବଂ ଆକ୍‌ଟିଭ୍ ସର୍ଭିଲାନ୍ସ କରାଯିବ ବୋଲି କୋଭିଡ୍ ଅବଜର୍ଭର ସୌରଭ ଗର୍ଗ ସୂଚନା ଦେଇଛନ୍ତି । ୧୪ ଦିନିଆ ଲକଡାଉନ ସମୟରେ କଟକଣା କଡାକଡି ହେବ । ଆଜି ସବୁ ସ୍ଥାନରେ ସ୍ଥିତି ଠିକ୍ ଅଛି ।

ଲକ୍‌ଡାଉନ୍‌ ସମୟରେ ଲକ୍ଷଣ ଥିବା ଲୋକଙ୍କୁ ଟ୍ରେସ୍ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସିଏମ୍‌ସି କମିଶନର ସୂଚନା ଦେଇଛନ୍ତି । କୋଭିଡ ଅବଜର୍ଭର ସୌରଭ ଗର୍ଗଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଜିଲ୍ଲାପାଳ, ସିଏମସି କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ ।

ଲକଡାଉନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ । ତେବେ ବୈଠରେ ଏସିବି ମେଡ଼ିକାଲ, ଆଚାର୍ଯ୍ୟହରିହର କ୍ୟାନ୍ସର ମେଡ଼ିକାଲରେ କେମିତି ଏସଓପିକୁ ଅନୁସରଣ କରାଯିବ ସେନେଇ ଆଲୋଚନା କରାଯାଇଛି । ତେବେ ଯେଉଁମାନେ ଘରେ ଅଛନ୍ତି ସେମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି । କୋଭିଡ ଅବଜର୍ଭର ସୌରଭ ଗର୍ଗ । ତେବେ କଟକ ଜିଲ୍ଲାରୁ କରୋନା ସଂକ୍ରମଣ ହ୍ରାସ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ ।

Leave a Reply