ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ନୂଆ ସିକ୍ୟୁରିଟି ବ୍ୟବସ୍ଥା

ଭୁବନେଶ୍ବର: ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୂଆ ସିକ୍ଯୁରିଟି ବ୍ଯବସ୍ଥା ହୋଇଛି । ତେବେ ସରକାରଙ୍କ ଆଚରଣ ବିଜେଡିକୁ ଆଚମ୍ବିତ କରିଛି । ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା ମଧ୍ଯ ହେଉଛି ।
ବିଜେଡି ପକ୍ଷରୁ କୁହାଯାଇଛି, ନବୀନ ଦୁଇ ଦଶନ୍ଧି ଧରି ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ସେବା ଯୋଗାଇଛନ୍ତି । ଆଞ୍ଚଳିକ ଦଳର ନେତା ଭାବେ ଆଜି ବି ତାଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ସମସ୍ତେ ଗ୍ରହଣ କରୁଛନ୍ତି । ଗଣତନ୍ତ୍ରରେ ଉଭୟ ସରକାରୀ ଓ ବିରୋଧୀ ଦଳର ଭୂମିକା ରହିଛି । ନବୀନ ପଟ୍ଟନାୟକ ଜଣେ ସର୍ବମାନ୍ୟ ନେତା । ତେଣୁ ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ଆଗାମୀ ଦିନରେ ଯେପରି ତ୍ରୁଟି ନ ରହେ, ତାହାର ଉତ୍ତରଦାୟିତ୍ୱ ରାଜ୍ୟ ସରକାର କରିବା ଦରକାର । ରାଜ୍ୟ ସରକାର ତ୍ରୁଟି ସୁଧାରିବେ ବୋଲି ବିଜେଡି ଆଶା କରୁଛି ।